ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

କୋରାପୁଟ,ଏନ୍ଏନ୍ଏସ୍: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। କୋରାପୁଟ ମାଳିଗୁଡ଼ା ଓ ଜର୍ଟି ଷ୍ଟେସନ ମଧ୍ୟରେ ମାଲବାହୀ ଟ୍ରେନ ଟ୍ରାକରୁ ଖସିପଡିଛି। ଜଗଦଳପୁରରୁ ବିଶାଖାପାଟଣା ଯିବା ବାଟରେ ଏହି ଅଘଟଣ ଘଟିଛି। ଆଜି ସକାଳ ସାଢ଼େ ୪ଟା ସମୟରେ ମାଳିଗୁଡ଼ା ଓ ଜର୍ଟି ଷ୍ଟେସନ ମଧ୍ୟରେ ମାଲବାହୀ ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ ହୋଇଛି। ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ କିପରି ଟ୍ରେନଟି ଲାଇନଚ୍ୟୁତ ହେଲା ତାହା ଜଣାପଡ଼ିନାହିିଁ। ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅନ୍ୟ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏନେଇ କୋରାପୁଟ ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି।