ଆଜିଠୁ ଖୋଲିଲା ଯାଜପୁରର ମା’ ବିରଜା ମନ୍ଦିର

ଯାଜପୁର,ଏନ୍ଏନ୍ଏସ୍: ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର। ହେଲା ଭକ୍ତ ଓ ଭଗବାନଙ୍କ ମହା ମିଳନ। କରୋନା ପାଇଁ ଦୀର୍ଘ ୯ ମାସର ବ୍ୟବଧାନ ପରେ ଆଜି ଭକ୍ତଙ୍କ ଦର୍ଶନ ପାଇଁଁ ଖୋଲିଛି ମନ୍ଦିର।

ମାର୍ଚ୍ଚ ମାସରୁ ବନ୍ଦ ଥିବାବେଳେ ଆଜିଠାରୁ ମା ବିରଜାଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ସକାଳ ୬ଟାରୁ ଅପରାହ୍ନ ୫ଟା ମଧ୍ୟରେ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭିନ୍ନଭିନ୍ନ ଧାଡିରେ ବ୍ୟାରିକେଟ ମଧ୍ୟରେ ଆସି ମା’ଙ୍କ ଚଣ୍ଡି ମଣ୍ଡପରୁ ବିରଜାଙ୍କ ଦର୍ଶନ କରିବେ ଏବଂ ଉତ୍ତର ଦ୍ୱାର ଦେଇ ସିଧା ବାହାରକୁ ପ୍ରସ୍ଥାନ କରିବେ। ମନ୍ଦିର ପରିସରରେ କୌଣସି ଭକ୍ତଙ୍କୁ ରହିବାର ସୁଯୋଗ ଦିଆଯିବ ନାହିଁ।

ଏଥିସହ ପ୍ରଶାସନର ଏସଓପି ମଧ୍ୟରେ ଦର୍ଶନ କରିବା ସହ ନୂଆବର୍ଷରେ ଅଧିକ ଭିଡ ହେବାର ଆଶଙ୍କା ଥିବାରୁ ଜାନୁଆରୀ ୧, ୨ ଓ ୩ ତାରିଖରେ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ।