ଥାଇଲାଣ୍ଡରେ ଟ୍ରେନ୍‌-ବସ୍ ଧକ୍କା, ୨୦ ମୃତ

ବ୍ୟାଙ୍କକ୍‌,ଏଜେନ୍ସି: ଥାଇଲାଣ୍ଡରେ ଏକ ବସ୍‌କୁ ଟ୍ରେନ୍ ଧକ୍କା ଦେବାରୁ ଅନ୍ୟୁନ ୨୦ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ପର୍ଯ୍ୟଟକଙ୍କୁ ଧରି ବୌଦ୍ଧମନ୍ଦିର ଅଭିମୁଖେ ଯାଉଥିବା ଏକ ବସ୍ ଲେବଲ୍ କ୍ରସିଂ ପାର୍ ହେବା ସମୟରେ ଏକ ଟ୍ରେନ୍ ଧକ୍କା ଦେଇଥିଲା । ବ୍ୟାଙ୍କକ୍ ଠାରୁ ପୂର୍ବରେ ୮୦ କିଲୋମିଟର ଦୂରରେ ଅବସ୍ଥିତ କ୍ୟାଚେଙ୍ଗୋସାଓ ଠାରେ ଏହି ମର୍ମନ୍ଦୁଦ ଦୁର୍ଘଟଣା ଘଟିଛି । ଜିଲ୍ଳାମୁଖ୍ୟ ଅଧିକାରୀ ପ୍ରାଥଙ୍ଗେ ୟୁକାସେମ୍ ଏହି ସୂଚନା ଦେଇ କହିଛନ୍ତି, ପ୍ରବଳ ବର୍ଷା ହେଉଥିବାରୁ ବସ୍‌ର ଡ୍ରାଇଭର ଟ୍ରେନ୍ ଆସୁଥିବା ଜାଣିପାରିନଥିଲେ । ଫଳରେ ଏଭଳି ଦୁର୍ଘଟଣା ଘଟିଲା । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ଆଶଙ୍କା କରାଯାଉଛି ।