ଆଇଟିଡିଏ ପକ୍ଷରୁ ସବାଇଘାସରୁ ନିର୍ମିତ ଦ୍ରବ୍ୟ ଉପରେ ମହିଳାଙ୍କୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ଜିଲ୍ଲାରାଜ୍ୟ By Nitidin On Mar 24, 2022 Share ବାରିପଦା,ଏନ୍ଏନ୍ଏସ୍: ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ଅଧିନରେ ଥିବା କାଠଶିର୍ଶିରେ ଆରମ୍ଭ ହୋଇଛି ଉନ୍ନତିମୂଳକ କାର୍ଯ୍ୟକ୍ରମ। ବାରିପଦା ଆଇଟିଡିଏ ପକ୍ଷରୁ ସବାଇ ଘାସରୁ ନିର୍ମିତ ହେଉଥିବା ବିଭିନ୍ନ ଦ୍ରବ୍ୟ ଉପରେ ମହିଳା ମାନଙ୍କୁ ତାଲିମ ଦିଆଯାଉଛି। ଏହି ତାଲିମ କାର୍ଯ୍ୟ ୪ ଦିନ ଧରି ଚାଲିବ। ଏଥିରେ ମଦର ଟେରେସା ବନଧନ ବିକାଶ କେନ୍ଦ୍ରର ମହିଳାମାନେ ଭାଗନେଇ ତାଲିମ ନେଉଛନ୍ତି। ସବାଇ ଘାସର ଉପଯୋଗ କରି କିଭଳି ମହିଳା ମାନେ ଆତ୍ମନିର୍ଭଶୀଳ ହୋଇପାରିବେ ସେନେଇ ତାଲିମ ଦିଆଯାଉଛି। ମହିଳାଙ୍କୁ ତାଲିମ ଦେଇଛନ୍ତି ସବାଇଜାତ ଦ୍ରବ୍ୟର ଏକ୍ସପର୍ଟ ଉର୍ମିଳା ଦେଉରି। ଏହି ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମଦର ଟେରେସା ଗ୍ରୁପର ପ୍ରେସିଡେଣ୍ଟ କାଜଲମଣି ମାରାଣ୍ଡି ଏବଂ ସେକ୍ରେଟାରି ମନ୍ଦାକିନି ପୃଷ୍ଟି। ଏହାସହ ଏହି ତାଲିମ କାର୍ଯ୍ୟରେ ବାରିପଦା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ଅର୍ଥାତ ବାରିପଦା ଆଇଟିଡିଏର ପ୍ରୋଜେକ୍ଟ ମ୍ୟାନେଜର ଗଙ୍ଗାଧର ପ୍ରଧାନ, ଏସ୍ଏମ୍ଏସ୍ ଏଗ୍ରିକଲ୍ଚର ଅଫିସର ଅମରେଶ ବେହେରା, ଟିମ୍ ଲିଡର ସୁବାଶିଷ କାମିଲା ଏବଂ ଏସ୍ଏମ୍ଏସ୍ ଗଣେଷ ପ୍ରସାଦ ଦିକ୍ଷିତ ଉପସ୍ଥିତ ରହିି ତାଲିମ କାର୍ଯ୍ୟକୁ ପରିଚାଳନା କରିଥିଲେ। Share