ଭୁବନେଶ୍ୱର,ଏନ୍ଏନ୍ଏସ୍: ରିଟେଲ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଲା । ଏନେଇ ଓଇଆରସି ସଚିବ ସୂଚନା ପ୍ରଦାନ କରିଛନ୍ତି । ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଶୁଳ୍କ ବଢ଼ିବନି । ପୂର୍ବବର୍ଷ ଭଳି ଶୂନରୁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ଦର ୩ ଟଙ୍କା ରହିବ । ୫୦ରୁ ୨୦୦ ୟୁନିଟ ଯାଏଁ ଦର ୪ଟଙ୍କା ୮୦ ପଇସା ରହିବ । ୨୦୦ରୁ ୪୦୦ ୟୁନିଟ ଯାଏ ଦର ୫ଟଙ୍କା ୫୦ ପଇସା ରହିବ । ୪୦୦ ୟୁନିଟରୁ ଅଧିକ ହେଲେ ଦର ୬ଟଙ୍କା ୨୦ ପଇସା ହେବ । ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ରିହାତି ମଧ୍ୟ ଘୋଷଣା କରାଯାଇଛି । ଡିଜିଟାଲ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ । କୃଷି କ୍ଷେତ୍ର ପାଇଁ ଉଠା ଜଳସେଚନ ପଏଣ୍ଟ ନିମନ୍ତେ ୨ଟଙ୍କା ରିହାତି ଦିଆଯିବ । ବିଦ୍ୟୁତ ଚାଳିତ ଯାନ ନିମନ୍ତେ ୫ଟଙ୍କା ୫୦ ପଇସା ଟାରିଫ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ।