ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂତନ ମୋଟର ଯାନ ନିୟମ ଅନୁସାରେ ଟ୍ରାଫିକ୍ନିୟମ କଡ଼ାକଡ଼ି କରାଯାଇଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୩ମାସ କୋହଳ କରାଯାଇଛି। ଏହି ଅବସରରେଟ୍ରାଫିକ୍ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା କରାଯାଉଛି । ଏ ନେଇ କମିସନରେଟ ପୁଲିସ ପକ୍ଷରୁ ଏକ ଟ୍ରାଫିକ୍ସଚେତନତା ରଥ ଭୁବନେଶ୍ୱର ପାଇଁ ନିୟୋଜିତ କରାଯାଇଛି। ଏହି ରଥକୁ ସୋମବାର ଡିସିପି ସାଗରିକା ନାଥ ଶୁଭାରମ୍ଭ କରିଛନ୍ତି।
