ଋଣ ବୋଝ ସହି ନପାରି ଚାଷୀଙ୍କ ଆତ୍ମହତ୍ୟା

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍‌ ଅନ୍ତର୍ଗତ ଦରଲୋଗାଁ’ରେ ଚାଷୀ ଋଣଭାର ସହିନପାରି କୀଟନାଶକ‌ ପିଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ସୂଚନାକ୍ରମେ ଚାଷୀ ଜଣଙ୍କ ଚାଷ କରିବା ପାଇଁ ବିଭିନ୍ନ ସୋସାଇଟିରୁ ୫ଲକ୍ଷ ଟଙ୍କା ଋଣ ଆଣିଥିଲେ । ମାତ୍ର ଋଣ ଶୁଝି ନପାରିବାରୁ କୀଟନାଶକ‌ ପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ଆତ୍ମହତ୍ୟାର ସବିଶେଷ କାରଣ ଜଣାପଡିନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।