ଜୈଶର ମୁଖ୍ୟ କାମଣ୍ଡର ଶାମ ସୋଫୀ ନିହତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ତ୍ରାଲ ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ କମାଣ୍ଡର ଶାମ ସୋଫୀ ନିହତ ହୋଇଛନ୍ତି। ଏନେଇ ଆଇଜୀପୀ କଶ୍ମୀର ବିଜୟ କୁମାର ସୂଚନା ଦେଇଛନ୍ତି। ଅବନ୍ତୀପୋରାର ତ୍ରାଲ ଅଞ୍ଚଳରେ ତିଲବାନୀ ମୋହଲ୍ଲାରେ ସଂଘର୍ଷ ଆରମ୍ଭ ହୋଇଥିଲା। ପୁଲିସ ଓ ସୁରକ୍ଷାବଳର ଅପରରେସନ ଏବେ ବି ଜାରି ରହିଛି।

ସୂଚନାଯୋଗ୍ୟ, ଗତ ୨ ଦିନରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିୟାଁ ଜିଲ୍ଲାର  ତୁଲରାନ ଓ ଫେରୀପୋରା ଅଞ୍ଚଳରେ ହୋଇଥିବା ଅପରେସନରେ ସିଆରପିଏଫର ୧୭୮ ବାଟାଲିୟାନ, ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ-କଶ୍ମୀରର ପୁଲିସ ସାମିଲ ହୋଇଛନ୍ତି।