ପଞ୍ଜାବର ପ୍ରତ୍ୟେକ ବ୍ୟକ୍ତିକୁ ଚାକିରି ଦେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜିଠୁ ପଞ୍ଜାବ ମିଶନର ଶୁଭାରମ୍ଭ କରିଛନ୍ତି। ଆଜି ଜଲନ୍ଧରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ଯେ, ପଞ୍ଜାବରେ ଆମ ସରକାର କାର୍ଯ୍ୟଭାର ସମ୍ଭାଳିବା ପରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚାକିରି ଦିଆଯିବ। ସେଥିପାଇଁ ମୋତେ ଏଠାକାର ବ୍ୟବସାୟୀ ଓ ଉଦ୍ୟୋଗପତିଙ୍କ ସାହଯ୍ୟ ଦରକାର। ଏଠାରୁ ଗୁଣ୍ଡା ଟ୍ୟାକ୍ସ ଓ ଟଙ୍କା ଆଦାୟକୁ ଶେଷ କରାଯିବ।

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଏଠାକାର ସବୁ ଇଣ୍ଡଷ୍ଟ୍ରୀର ପାର୍ଟନର ମନ୍ତ୍ରୀ ରହିଛନ୍ତି। ଆମେ ଏହି ଧନ୍ଦାକୁ ଶେଷ କରିବୁ। ସରକାର ଆପଣଙ୍କ ସହିତ ପାର୍ଟନରସିପ୍ କରିବ ଓ ଲୋକଙ୍କୁ ରୋଜଗାର ଦେବ। ସରକାର ଛୋଟ ବ୍ୟାପାରୀଙ୍କୁ ଯେତେ ପ୍ରୋତ୍ସାହନ ପ୍ରଦାନ କରିବ, ରୋଜଗାର ସେତେ ବଢ଼ିବ।