ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

କଟକ,ଏନ୍ଏନ୍ଏସ୍: କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଛି। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ଏହି ମାନ୍ୟତା ପ୍ରଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟ ମାନ୍ୟତା ସହ ୟୁଜିସି ତାଲିକାଭୁକ୍ତ କରିଛି। ୟୁଜିସି ଅଧିନିୟମ ଅନୁସାରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଖୁବଶୀଘ୍ର କେନ୍ଦ୍ରୀୟ ଅନୁଦାନ ମଧ୍ୟ ପାଇବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।