ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ। ଏନେଇ ବିଜେପି ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି। ଏହି ଉପଲକ୍ଷେ ଗତ ୧୪ ତାରିଖରୁ ସେବା ସପ୍ତାହ ପାଳନ କରିଆସୁଛି। ଏଥିରେ ମଣ୍ଡଳରୁ ବୁଥ ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ୟୁନିଟର କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ସ୍ଥାନରେ ବିଭିନ୍ନ ସେବା କରିବେ। ଯେ ଡାକ୍ତରଖାନାରେ ଫଳ ବଣ୍ଟନ ହେଉ, ପିଲାମାନଙ୍କୁ ପୁସ୍ତକ ଯୋଗାଇବା ହେଉ, ରକ୍ତଦାନ ଭଳି ଅନେକ କାର୍ଯ୍ୟ ସବୁଠାରେ କରାଯିବ ବୋଲି ଦଳର ସଭାପତି ଜେପି ନଡ୍ଡା କହିଛନ୍ତି। ତେବେ ଏହି ସେବା ସପ୍ତାହ ୧୪ ରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।
ଏଥିସହ ଗୁରୁବାର ସକାଳୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନର ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବଡ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।