Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଜି ଦେଶର ପ୍ରଥମ ଗଭର୍ଣ୍ଣରଙ୍କ ଜନ୍ମ ବାର୍ଷିକୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଜି ଦେଶର ପ୍ରଥମ ଗଭର୍ଣ୍ଣରଙ୍କ ଜନ୍ମ ବାର୍ଷିକୀ

କଂଗ୍ରେସର ପ୍ରମୁଖ ନେତାମାନଙ୍କ ମଧ୍ୟରେ ଅନ୍ୟତମ ଓ ମହାତ୍ମା ଗାନ୍ଧୀଙ୍କ ସହଯୋଗୀ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ମାଡ୍ରାସ୍‌ର ଥୋରପଲ୍ଲୀ ଗ୍ରାମରେ ୧୮୭୮ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ରାଜାଜୀ ନାମରେ ପରିଚିତ ଏହି ସ୍ୱାଧୀନତା ସଂଗ୍ରାମୀ ୧୯୩୦ରେ ଗାନ୍ଧିଜୀଙ୍କ ଦାଣ୍ଡି ମାର୍ଚ୍ଚ ସମୟରେ ଲବଣ ଆଇନ ଭାଙ୍ଗିଥିଲେ। ରାଜନୀତି ସହିତ ସେ ଦେଶରେ ଥିବା ଜାତିପ୍ରଥାକୁ ବିରୋଧ କରିବା କାରଣରୁ ଦଳିତ ସମ୍ପ୍ରଦାୟଙ୍କ ମନ୍ଦିର ଭିତରକୁ ପ୍ରବେଶ ସମ୍ଭବ ହୋଇଥିଲା। ୧୯୩୮ରେ ସେ ଏଗ୍ରିକଲ୍‌ଚର୍ ଡେଟ୍ ରିଲିଫ୍ ଆକ୍ଟ କାନୁନ ତିଆରି କରିଥିଲେ, ଯାହାଦ୍ୱାରା କୃଷକମାନଙ୍କୁ କରଜରୁ ମୁକ୍ତି ମିଳିଥିଲା। କଂଗ୍ରେସର ଜେନେରାଲ୍ ସେକ୍ରେଟାରୀ ଭାବରେ ରାଜଗୋପାଳଚାରୀଙ୍କୁ ଚୟନ କରାଯାଇଥିଲା। ଦେଶର ଶେଷ ଗଭର୍ଣ୍ଣର ମାଉଣ୍ଟ୍‌ବେଟେନ୍‌ଙ୍କ ପରେ ରାଜଗୋପାଳଚାରୀ ଗଭର୍ଣ୍ଣର ହୋଇଥିଲେ।

୧୯୫୦ରେ ଜବାହାରଲାଲ ମନ୍ତ୍ରିମଣ୍ଡଳରେ ତାଙ୍କୁ ଗୃହମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା। ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ଦେଶର ସେବା ପାଇଁ ତାଙ୍କୁ ୧୯୫୪ରେ ସର୍ବଶ୍ରେଷ୍ଠ ନାଗରିକ ପୁରସ୍କାର ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଛି। ତେବେ ପରବର୍ତ୍ତୀ ସମୟରେ ନେହରୁଙ୍କ ସହିତ ବୈଚାରିକ ଅସହମତି କାରଣରୁ ସେ କଂଗ୍ରେସ ଠାରୁ ଅଲଗା ହୋଇ ଯାଇଥିଲେ ଓ ସେ ନିଜର ଏକ ଅଲଗା ଏକ ପାର୍ଟି ତିଆରି କରିଥିଲେ ଯାହାର ନାମ ‘ଆଣ୍ଟି କଂଗ୍ରେସ ସ୍ୱତନ୍ତ୍ର ପାର୍ଟି’ ରଖା ଯାଇଥିଲା।

ରାଜନୈତିକ କାର୍ଯ୍ୟ ବ୍ୟତୀତ ସେ ସଂସ୍କୃତ ଗ୍ରନ୍ଥ ‘ରାମାୟଣ’କୁ ତାମିଲ୍‌ରେ ଅନୁବାଦ କରିଥିଲେ। ତାମିଲ୍ ଭାଷା ବ୍ୟତୀତ ରାଜଗୋପାଳଚାରୀ ଇଂରାଜୀର ଜଣେ ଉତ୍ତମ ଲେଖକ ଥିଲେ। ‘ସଲେମ ଲିଟେରାରୀ ସୋସାଇଟି’ ନାମକ ସଂସ୍ଥାର ମଧ୍ୟ ସଂସ୍ଥାପକ ଥିଲେ ରାଜଗୋପାଳଚାରୀ। ନିଜର କାରାବାସ ସମୟରେ ସେ ‘ମେଡିଟେସନ୍ ଇନ୍ ଜେଲ୍‌’ ନାମରେ ଏକ ପୁସ୍ତକ ରଚନା କରିଥିଲେ। ତେବେ ୨୮ ଡିସେମ୍ବର, ୧୯୭୨ରେ ଶେଷ ନିଃଶ୍ୱାସ ନେବା ପୂର୍ବରୁ ରାଜାଜୀ ଦକ୍ଷିଣ ଭାରତରେ ହିନ୍ଦୀକୁ ଲୋକପ୍ରିୟ କରାଇବାର ମୂଳଦୁଆ ପକାଇ ସାରିଥିଲେ।