Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦକ୍ଷିଣ ମେକ୍ସିକୋରେ ଟ୍ରକ୍‌ ଦୁର୍ଘଟଣା; ୪୯ ଦେଶାନ୍ତରୀ ମୃତ, ୫୮ ଆହତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦକ୍ଷିଣ ମେକ୍ସିକୋରେ ଟ୍ରକ୍‌ ଦୁର୍ଘଟଣା; ୪୯ ଦେଶାନ୍ତରୀ ମୃତ, ୫୮ ଆହତ

ମେକ୍ସିକୋ,ଏଜେନ୍ସି: କେନ୍ଦ୍ରୀୟ ଆମେରିକା ଛାଡ଼ି ଆସିଥିବା ଭଳି ଜଣାପଡୁଥିବା କିଛି ବ୍ୟକ୍ତି ବୋଝେଇ ହୋଇଥିବା ଗୋଟାଏ ମାଲ୍‌ବାହୀ ଟ୍ରକ୍‌ ଗୁରୁବାର ଦିନ ଦକ୍ଷିଣ ମେକ୍ସିକୋର ଏକ ରାଜପଥରେ ଓଲଟି ପଡ଼ିବା ସହ ଗଡ଼ିଯାଇ ଗୋଟାଏ ପାଦଚଲା ପୋଲରେ ଧକ୍କାଖାଇବାରୁ ଅନ୍ୟୂନ ୪୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୫୮ଜଣ ଆହତ ହୋଇଥିବା କଥା ସରକାରୀ କର୍ତ୍ତୃପକ୍ଷ କହିଛନ୍ତି।

ଚିଆପାସ୍‌ ଷ୍ଟେଟ୍‌ ସିଭିଲ୍‌ ଡିଫେନ୍ସ୍‌ ଅଫିସ୍‌ର ମୁଖ୍ୟ ଲୁଇସ୍‌ ମାନୁଏଲ୍‌ ମୋରେନୋ କହିଛନ୍ତି, ପ୍ରାରମ୍ଭିକ ଆକଳନ ଅନୁସାରେ, ୪୯ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୮ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ସାଙ୍ଘାତିକ ସ୍ବାସ୍ଥ୍ୟାବସ୍ଥା ଥିବା ୪୦ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି। ଚିଆପାସ୍‌ ପ୍ରଦେଶ ରାଜଧାନୀକୁ ପଡ଼ିଥିବା ରାଜପଥରେ ଘଟିଥିବା ଉକ୍ତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କର ନିର୍ଦ୍ଦିଷ୍ଟ ପରିଚୟ ମିଳି ନ ଥିଲେ ମଧ୍ୟ‌ ସେମାନେ କେନ୍ଦ୍ରୀୟ ଆମେରିକାରୁ ଦେଶାନ୍ତର ଯାତ୍ରା କରୁଥିବା ଅନୁମାନ କରାଯାଉଛି। ପଡ଼ୋଶୀ ରାଷ୍ଟ୍ର ଗୁଏଟମାଲାରୁ ଆସିଥିବା କଥା ଆହତମାନଙ୍କ ମଧ୍ୟରୁ କେତେଜଣ କହିଛନ୍ତି।

୧୦୭ଜଣ ବ୍ୟକ୍ତିଙ୍କୁ ବେଆଇନ ଭାବେ ଟ୍ରଲି-ବନ୍ଦ୍‌ ମାଲ୍‌ବାହୀ ଟ୍ରକ୍‌ରେ ଭର୍ତ୍ତି କରି ନିଆଯାଉଥିଲା ବୋଲି ଜଣାପଡ଼ିଛି। ଅବଶ୍ୟ ଶରଣାର୍ଥୀ ଚୋରାଚାଲାଣ ଘଟଣା ଦକ୍ଷିଣ ମେକ୍ସିକୋ ପାଇଁ ନୂଆ କଥା ନୁହେଁ। ଦୁର୍ଘଟଣାରୁ ରକ୍ଷା ପାଇଯାଇଥିବା କେତେଜଣ ଧରାପଡ଼ିଯିବା ଭୟରେ ଘଟଣାସ୍ଥଳରୁ ଖସି ଯାଇଛନ୍ତି ବୋଲି କୁହାଯାଉଛି। ଟ୍ରକ୍‌ର ଚାଳକ ମୃତ କି, ଜୀବିତ ତାହା ଜଣାପଡ଼ିନାହିଁ।