ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭିଡିଓ କନଫରେନ୍ସ ଯୋଗେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଜିଲ୍ଲାରେ ଟିକାରକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଆଜି ପ୍ରଥମ ଦିନରେ ଝାରସୁଗୁଡା ସଦର ହସ୍ପିଟାଲ, ପଞ୍ଚପଡ଼ା ପ୍ରାଥମିକ ଚିକିତ୍ସାଳୟ, ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବେଲପାହାଡ଼ ଟିଆରଏଲ ହସ୍ପିଟାଲରେ ୪୦୦ ଜଣ କୋଭିଡ ଯୋଦ୍ଧାଙ୍କୁ ଟିକାକରଣ କରାଯିବ। ଝାରସୁଗୁଡ଼ା ସଦର ଡାକ୍ତରଖାନାରେ ପ୍ରଥମେ ଶିଶୁ ବିଭାଗର ଡାକ୍ତର ମହେଶ ମୋହନ ପଣ୍ଡା, ବେଲପାହାଡ଼ ଟିଆରଏଲ ଚିକିତ୍ସାଳୟରେ ସଫେଇ କର୍ମଚାରୀ ଆଦିତ୍ୟ କୁମୁରା ପ୍ରଥମେ ଟିକା ନେଇ ଟିକାକରଣକୁ ଶୁଭାରମ୍ଭ କରିଥିଲେ।
