ବାଇଡେନଙ୍କ କାର୍ଯ୍ୟକାଳର ୧୦୦ ଦିନରେ ଲାଗିବ ୧୦ କୋଟି ଆମେରିକାବାସୀଙ୍କୁ ଟିକା

ୱାଶିଂଟନ୍: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ନିଜ କାର୍ଯ୍ୟକାଳର ୧୦୦ ଦିନ ମଧ୍ୟରେ ୧୦ କୋଟି ଆମେରିକାବାସୀଙ୍କୁ କରୋନା ଭ୍ୟାକ୍ସିନ ଲଗାଇବା ନେଇ ଘୋଷଣା କରିଛନ୍ତି। ଏହାପୂର୍ବରୁ ବାଇଡେନ ତାଙ୍କ ଟିମ୍ ସହ ସ୍ୱାସ୍ଥ୍ୟ ସଙ୍କଟର ସମାଧାନ ନେଇ ବୈଠକ କରିଥିଲେ। ବାଇଡେନ ଜାନୁଆରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ରୂପେ କାର୍ଯ୍ୟଭାର ସମ୍ଭାଳିବେ।

ବାଇଡେନ କହିଛନ୍ତି ଯେ, ଆମେରିକାରେ ଏବେ ପର୍ଯ୍ୟନ୍ତ କରୋନା ଟିକାକରଣ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି। ଆଜିର ବୈଠକରେ ଆମେ ୫ଟି ଦିଗ ପ୍ରତି ଚର୍ଚ୍ଚା କରିଛୁ। ଏହି ୫ଟି ଦିଗକୁ ଧ୍ୟାନରେ ରଖି ସ୍ଥିତି ବଦଳାଇବାକୁ ପ୍ରୟାସ କରିବୁ। ଏହି ୫ଟି ଦିଗ ଜରିଆରେ ଆମେ ନିରାଶାକୁ ଆଶାରେ ପରିବର୍ତ୍ତନ କରିବୁ। ଏହି ୫ଟି ଦିଗ ଆମ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନରେ ୧୦ କୋଟି ଟିକା ଲଗାଇବାର ଆମ ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ।