ଟି-୨୦ ବିଶ୍ବକପ୍‌: ଦୁବାଇରେ ଆଜି ରାତି ୭ଟା ୩୦ରେ ଭାରତ-ସ୍କଟଲାଣ୍ଡ ମ୍ୟାଚ୍‌

ଦୁବାଇ,ଏଜେନ୍ସି: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପୁରୁଷ ଟି-୨୦ ବିଶ୍ବକପ୍‌ର ଅନ୍ୟ ଏକ ମ୍ୟାଚରେ ଆଜି ଭାରତ ଓ ସ୍କଟଲାଣ୍ଡ ମଧ୍ୟରେ ମୁହାଁମୁହିଁ ହେବେ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚକୁ ଯେକୌଣସି ପ୍ରକାରରେ ହାତେଇବା ପାଇଁ ବିରାଟ ବାହିନୀ ସମସ୍ତ ରଣକୌଶଳ ବ୍ୟବହାର କରିବି।

ସୂଚନାଯୋଗ୍ୟ ଭାରତ ଚଳିତ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ଯଥାକ୍ରମେ ୧୦ ଓ ୮ ୱିକେଟରେ ପରାସ୍ତ ହୋଇଥିଲା। କିନ୍ତୁ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ୬୬ ରନ୍‌ରେ ପରାସ୍ତ କରିଥିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ ଟିମ୍‌ ଫର୍ମରେ ଥିବାରୁ ସ୍କଟଲାଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କରିପାରେ ବୋଲି ଆଶା କରାଯାଉଛି। ସ୍କଟଲାଣ୍ଡ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଆଫଗାନିସ୍ତାନ, ନାମିବ୍ୟା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଛି ଏବଂ ପ୍ରତ୍ୟେକ ମ୍ୟାଚରେ ହାରିଛି।