ସୟଦ ମୁସ୍ତାକ ଅଲି ଟ୍ରଫି: ପ୍ରଥମ ମ୍ୟାଚ୍‌ରେ ଗୋଆକୁ ହରାଇଲା ଓଡିଶା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୟଦ ମୁସ୍ତାକ ଅଲି ଟ୍ରଫି ପ୍ରଥମ ଏଲିଟ୍ ଗ୍ରୁପ୍-ଏ ଗୋଆ ବିପକ୍ଷ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଓଡ଼ିଶା। ଓଡିଶା ପକ୍ଷରୁ ଅଶୁଂମାନ ରଥ ୨୯ରନ୍‌, ୩୭ ବଲ୍‌ରେ ସଂଗ୍ରହ କରିଥିଲେ ଏବଂ ଗୋବିନ୍ଦା ପୋଦ୍ଦାର ୧୯ ବଲ୍ ଖେଳି ୨୪ ରନ୍ କରିଥିଲେ। ପ୍ରଥମେ ଫିଲ୍ଡ କରିବାକୁ ନିଷ୍ପତି କରି ଜୟନ୍ତ ବେହେରା (୩/୧୪) ଏବଂ ବିକାଶ ରାଉତ (୩/୨୭) ଙ୍କ ନେତୃତ୍ୱରେ ଓଡିଶା ବୋଲରମାନେ ଧାର୍ଯ୍ୟ ୨୦ ଓଭରରେ ଆଠଟି ୱିକେଟ୍ ହରାଇ ଗୋଆକୁ ୧୦୪ ରେ ସୀମିତ ରଖିଥିଲେ। ଆଶିସ୍ ରାୟ (୨/୨୦) ଉଭୟ ବେହେରା ମଧ୍ୟ ଆକର୍ଶଣିୟ ପ୍ରଦର୍ଶନ କରିଥିଲେ।

ଗୋଆ ପକ୍ଷରୁ ଶୁଭମ୍ ରଞ୍ଜାନେ ୩୨ ବଲ୍‌ରୁ ୩୨ ରନ କୁ ବାଦ୍ ଦେଇ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ପ୍ରଭାବି ପ୍ରଦର୍ଶନ କରିପାରି ନଥିଲେ। ଓଡିଶା ବୋଲରମାନେ ନିୟମିତ ବ୍ୟବଧାନରେ ୱିକେଟ୍ ନେଇଥିଲେ ଏବଂ ବିରୋଧୀ ବ୍ୟାଟ୍ସମ୍ୟାନ୍‌ଙ୍କୁ ନିଜ ଚାପରେ ରଖିବା ରଖିବାକୁ ସଫଳ ହୋଇଥିଲେ।

ଏହାର ଜବାବରେ ୧୦୫ ର ବିଜୟ ଲକ୍ଷ୍ୟକୁ ପିଛା କରି ଓଡିଶାର ବ୍ୟାଟ୍ସମ୍ୟାନ୍ ମମଧ୍ୟ ସଅଳ ପାଭିଲିୟନକୁ ଫେରିଥିଲେ। ଓଡ଼ିଶା ଅଧିନାୟକ ରାଜେଶ ଧୁପର ୧୨ ବଲ୍‌ରେ ୮ ରନ୍ ଏବଂ ଶ୍ରୁଭାସୁଂ ସେନାପତି ୧୫ ବଲ୍‌ରେ ୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଗୋବିନ୍ଦ ପୋଦ୍ଧାର, ଅଭିଷେକ ଯାଦବ ୧୨ବଲରେ ୧୮ ଏବଂ ଅଭିଷେକ ରାଉତ ୧୬ ବଲ୍‌ରେ ୧୨ ରନ୍ ସଂଗ୍ରହ କରି ଦଳକୁ ବିଜୟ ଆଣୀ ଦେଇଥିଲେ।