ବରଗଡ଼ରେ ପୁଣି ୬୮ କରୋନା ଆକ୍ରାନ୍ତ ଚିହ୍ନଟ

ବରଗଡ଼, ଏନ୍ଏନ୍ଏସ୍: ମଙ୍ଗଳବାର ବରଗଡ଼ ଜିଲ୍ଲାରେ ପୁଣି ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ବରଗଡ଼ ପୌରାଞ୍ଚଳରୁ ୧୮, ବରଗଡ଼ ବ୍ଲକରୁ ୪, ବରପାଲି ବ୍ଲକରୁ ୨, ବରପାଲି ଏନଏସିରୁ ଜଣେ, ଭଟଲି ବ୍ଲକରୁ ୭ , ଭେଡେନ ବ୍ଲକରୁ ୩ , ଅତାବିରା ବ୍ଲକରୁ ୧୧ , ପଦ୍ମପୁର ଏନଏସି ୧୦, ପଦ୍ମପୁର ବ୍ଲକରୁ ଜଣେ, ସୋହେଲା ବ୍ଲକରୁ ୯ , ପାଇକମାଲ ଏବଂ ଝାରବନ୍ଧ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୯୮୫ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୬୦୮୩ ଜଣ ସୁସ୍ଥ ହୋଇଥିବାବେଳେ ୮୮୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୩ ଜଣଙ୍କ ମୃତ୍ୟୁ ଘଟିଛି।