ରାଜଧାନୀରୁ ୩୩୦ ସଂକ୍ରମିତ ଚିହ୍ନଟ, ସ୍ଥାନୀୟ ଆକ୍ରାନ୍ତ ୧୯୧

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୯୧ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ୧୩୯ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।

ଏନେଇ ଭୁବନେଶ୍ୱର ମହାନଗରନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ୱରରୁ ମୋଟ ୮୨୬୧ ଚିହ୍ନଟ ହେଲେଣି। ଏଥିରୁ ୪୯୧୧ଜମ ସୁସ୍ଥ ହୋଇଥିବାବେଳେ ୩୫ଜଣଙ୍କର ମୃତ୍ୟୁ ହୋଇଛି। ୩୩୦୬ଟି ଆକ୍ଟିଭ କେସ ରହିଛି। ଆଜି ପଟିଆରୁ ୫ଜଣ, ରସୁଲଗଡ ଜିଜିପି କଲୋନୀରୁ ୫ଜଣ, ପଟିଆ କିଟ୍ କ୍ୟାମ୍ପସରୁ ଜଣେ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୬ଜଣ, ଆଇଆରସି ଭିଲେଜ ଅଞ୍ଚଳରୁ ୬ଜଣ, ୟୁନିଟ-୩ରୁ ୪ଜଣ ସ୍ଥାନୀୟ ଆକ୍ରନ୍ତ ରହିଛନ୍ତି।