ବଲାଙ୍ଗିରରେ ବିସ୍ଫୋରକ ସ୍ଥତି : ଆଜି ୩୨୨ ସଂକ୍ରମିତ

ବଲାଙ୍ଗିର,ଏନ୍ଏନ୍ଏସ୍ : ଆଜି ବଲାଙ୍ଗିର ଜିଲ୍ଲାରେ ବିସ୍ଫୋରକ ସ୍ଥିତି ଦେଖା ଦେଇଛି। ବିଗତ କିଛି ଦିନ ହେଲା ସଂକ୍ରମଣ ସଂଖ୍ୟା ଲଗାତାର ଭାବେ ଶତକ ଛୁଉଁ ଥିବାବେଳେ ଆଜି ଗୋଟିଏ ଦିନରେ ୩୨୨ ଜଣ ସଂକ୍ରମିତ ହୋଇଛନ୍ତି। ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୨ଜଣ, ବଲାଙ୍ଗିର ବ୍ଲକରୁ ୩୧ ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୪୧ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡ଼ା ବ୍ଲକରୁ ୧୬ ଜଣ, ଦେଓଗାଁ ବ୍ଲକ୍ରୁ ୬ ଜଣ, ଗୁଡଭେଲା ବ୍ଲକରୁ ୫ ଜଣ, ମୁରିବାହାଲ ବ୍ଲକରୁ ଜଣେ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୧୩ ଜଣ, ଖପ୍ରାଖୋଲ ବ୍ଲକରୁ ୨ ଜଣ, ଲୋଇସିଂହା ବ୍ଲକରୁ ୪୪ ଜଣ, ମୁରିବାହାଲ ବ୍ଲକରୁ ୫ ଜଣ, ପାଟଣାଗଡ ବ୍ଲକରୁ ୨୬ ଜଣ, ପାଟଣାଗଡ଼ ସହରାଞ୍ଚଳରୁ ୩୪ ଜଣ, ପୁଇଁନ୍ତଳା ବ୍ଲକରୁ ୨୬ ଜଣ, ସଇଁନ୍ତଳା ବ୍ଲକରୁ ୪୨ ଜଣ, ଟିଟିଲାଗଡ଼ ଗ୍ରାମାଞ୍ଚଳରୁ ୨ଜଣ, ଟିଟିଲାଗଡ଼ ସହରରୁ ୨୭ ଜଣ ଓ ତୁରେକେଲା ବ୍ଲକରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୦୩୯୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୧୭୭ ଜଣ ସୁସ୍ଥହୋଇଥିବାବେଳେ ୧୧୭୨ ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି।