କାର୍-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ରିଆମାଳ,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ପୋଇପାଣିଠାରେ ସୋମବାର ରାତିରେ ଏକ କାର୍ -ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଟୁହିଲାମାଳ ଗ୍ରାମର ବୈକୁଣ୍ଠ ମହାକୁଳଙ୍କ ପୁଅ ରାଜୁ ମହାକୁଳ (୨୩) ।
ସୂଚନା ଅନୁସାରେ, ରାଜୁ ଗତ ରାତିରେ ବାଇକରେ ପାରାଦ୍ୱୀପ ଅଭିମୁଖେ ଯାଉଥିବାବେଳେ ପୋଇପାଣି ଠାରେ ଏକ କାର୍ ସହ ଧକ୍କା ହୋଇଥିଲା। ଏହାପରେ କାର୍ ଚାଳକ ଫେରାର ହୋଇଯାଇଥିଲା। ସ୍ଥାନୀୟଲୋକେ କୁଣ୍ଢେଇଗୋଳା ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ରାଜୁକୁ ଉଦ୍ଧାର କରି ଛତବାର ମେଡିକାଲକୁ ନେଇଥିଲେ। ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ଦେବଗଡ଼ ଜିଲ୍ଲା ମେଡିକାଲକୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସେଠାରେ ରାଜୁର ମୃତ୍ୟୁ ହୋଇଛି।