ବନ୍ଧବାହାଲରେ କାର୍ଯ୍ୟକ୍ଷମ ହେଲା ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଏମସିଏଲ ପକ୍ଷରୁ ବନ୍ଧବହାଲରେ ଏକ ୫୦ ଶଯ୍ୟା ବିଶିଷ୍ଟ ଲେଭେଲ-୨ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଛି। ଏଠାରେ ଏମସିଏଲ ତଥା ରାଜ୍ୟ ସରାକାରଙ୍କ ସୁଦକ୍ଷ ଡାକ୍ତର ଏବଂ ନର୍ସ ଚିକିତ୍ସାସେବା ଯୋଗାବାସହ ସାନିଟାଇଜେସନ, ହାଉସକିପିଇଙ୍ଗ ଆଦି କାର୍ଯ୍ୟ ଏମସିଏଲ ପକ୍ଷରୁ କରାଯିବ। ବର୍ତ୍ତମାନ ଏହି ହସ୍ପିଟାଲରେ ୨୫ଟି ଶଯ୍ୟା ପାଇଁ ଅମ୍ଳଜାନ ଉପଲବ୍ଧ ଥିବାବେଳେ ଆଗାମୀ ଦିନରେ ଆଉ ୨୫ଟି ଶଯ୍ୟା ପାଇଁ ମଧ୍ୟ ଅମ୍ଳଜାନର ବ୍ୟବସ୍ଥା କରାଯିବ। ସେହିପରି ଏଠାକୁ କରୋନା ଆକ୍ରାନ୍ତଙ୍କୁ ଆଣିବା ପାଇଁ ୪ଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି ବୋଲି ଲଖନପୁର ଖଣିକ୍ଷେତ୍ର ଜିଏମ ଅନୀଲ କୁମାର ସିଂ ସୂଚନା ଦେଇଛନ୍ତି। ଏଠାରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କୁ ମାଗଣାରେ ଚିକିତ୍ସା ସେବା ପ୍ରଦାନ କରାଯିବ। ଏହି ଚିକିତ୍ସା ଖର୍ଚ୍ଚ ଏମସିଏଲ ବହନ କରିବ ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି।