ଜିଲ୍ଲାରେ ୯ ଦିନ ମଧ୍ୟରେ ୨୦୪ ସଂକ୍ରମିତ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ ଜିଲ୍ଲାରେ ଆଜି ୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୪୬୭ରେ ପହଞ୍ଚିଛି। ଗତ ୯ ଦିନ ମଧ୍ୟରେ ଜିଲ୍ଲାରେ ୨୦୪ ଆକ୍ରାନ୍ତ ହେଲେଣି। ପ୍ରଶାସନ ତରଫରୁ କଟକଣାକୁ ଜୋରଦାର କରାଯାଇଥିଲେ ବି ଜିଲ୍ଲାରେ ସଂକ୍ରମିତଙ୍କ ଉପରେ ବ୍ରେକ୍ ଲାଗୁନି। ତେବେ ଆଜିର ୨୭ ଜଣଙ୍କ ମଧ୍ୟରୁ ରାୟଗଡ଼ ସହାରାଞ୍ଚଳରୁ ୮ଜଣ, ରାୟଗଡ଼ ଗ୍ରାମାଞ୍ଚଳରୁ ୪ଜଣ, ମୁନିଗୁଡ଼ା ବ୍ଲକ୍ରୁ ୩ଜଣ, ଗୁଣପୁର ସହରାଞ୍ଚଳରୁ ୬ ଜଣ, ବିଷମ କଟକରୁ ୩ ଜଣ, କଲ୍ୟାଣସିଂପୁରୁ ଜଣେ ଏବଂ ରାମାନାଗୁଡାରୁ ଜଣେ ରହିଥିବା ବେଳେ ଅନ୍ୟ ଜିଲ୍ଲାରୁ ଆସିଥିବା ଜଣେ ଚିହ୍ନଟ ହୋଇଛନ୍ତି। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ ୪୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮୨୧୮ ସୁସ୍ଥ ହୋଇ ଫେରିଛନ୍ତି ।