ବିପୁଳ ମଦ ଜବତ: ୨ ଗିରଫ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ଟିମ୍ ଚାନ୍ଦିଲି ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ଚଢ଼ଉ କରି ୨ଟି ୫୦ଲିଟର କଣ୍ଟେନରରେ ଦେଶୀ ମଦ ଜବତ କରିଥିବା ବେଳେ ସୁରେଶ କୁମାର କରକରିଆ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେହିପରି ସିଙ୍ଗିପୁର ବ୍ଲକ୍ ସିକରପାଇରେ ରହିଥିବା ଦେଶୀ ଭାଟିର ଅବଧି ସରିଯାଇଥିବା ସତ୍ତେ୍ୱ ଭାଟି ମ୍ୟାନେଜର ଚୋରାରେ ବିକ୍ରି କରିବାକୁ ରଖିଥିବା ୧୪୦ ଲିଟର ଦେଶୀ ମଦ ଜବତ କରିବା ସହ ମ୍ୟାନେଜର ସୋରଜ ପ୍ରସାଦ ଗୁପ୍ତାକୁ ଗିରଫ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରିଥିବା ଭୈରବ ପ୍ରସାଦ ଗନ୍ତାୟତ କହିଛନ୍ତି।