ରାଜ୍ୟରେ ସୁସ୍ଥ ହେଲେ ୬୧୦ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୬୧୦ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩ଲକ୍ଷ ୪୧ହଜାର ୭୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୧୨୦, ଖୋର୍ଦ୍ଧାରୁ ୧୦୨, ସୁନ୍ଦରଗଡ଼ରୁ ୮୦, ବରଗଡ଼ରୁ ୪୩, ଝାରସୁଗୁଡ଼ାରୁ ୨୯, କଟକରୁ ୨୮, କେଉଁଝରରୁ ୨୫, କଳାହାଣ୍ଡିରୁ ୨୪, ସମ୍ବଲପୁରରୁ ୨୧, ଗଞ୍ଜାମରୁ ୧୮, ପୁରୀରୁ ୧୫, ଯାଜପୁରରୁ ୧୪ ଓ ବଲାଙ୍ଗିର ଜିଲ୍ଲାରୁ ୧୨ଜଣ ରହିଛନ୍ତି। ସେହିପରି ବାଲେଶ୍ୱରରୁ ୧୧, ମୟୁରଭଞ୍ଜରୁ ୯, ନବରଙ୍ଗପୁରରୁ ୮, ଜଗତସିଂହପୁରରୁ ୭, ଅନୁଗୁଳ ଓ କୋରାପୁଟରୁ ୫ ଲେଖାଏଁ, ଭଦ୍ରକରୁ ୩, ଗଜପତି ଓ ରାୟଗଡ଼ାରୁ ୨ ଲେଖାଏଁ, ବୌଦ୍ଧ, ଦେଓଗଡ଼, କନ୍ଧମାଳ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୫୫ହଜାର ୩୫୩ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩ଲକ୍ଷ ୪୧ହଜାର ୭୩୩ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୯୩୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୧,୬୮୭ ଜଣ ଚିକିତ୍ସିତ ହେଉଛନ୍ତି।