ରାଜଧାନୀରୁ ପୁଣି ୧୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧୭୦୩ରେ ପହଞ୍ଚିଛି। ଏଥିମଧ୍ୟରୁ ୩୧୨୩୭ ଜଣ ସୁସ୍ଥ ହୋଇଥିବାବେଳେ ୨୪୨ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦୨ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୫ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଅନ୍ୟ ପକ୍ଷ୍ୟରେ ଆଜି ଭୁବନେଶ୍ୱରରୁ ୧୧ ଜଣ ସୁସ୍ଥ ହୋଇଛନ୍ତି।