ବିଶ୍ୱର ଅରବପତି ତାଲିକାରେ ସାମିଲ ହେଲେ ଟିକଟିକ୍ ମାଲିକ

ନୂଆଦିଲ୍ଲୀ,ଏଜେନ୍ସି: ବହୁ ବିବାଦ ପରେ ମଧ୍ୟ ଟିକଟକର ପ୍ରତିଷ୍ଠାତା ଝାଙ୍ଗ୍ ଇମିଙ୍ଗ୍ଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଛି। ନିକଟରେ କମ୍ପାନୀର ଚମତ୍କାର ପ୍ରଦର୍ଶନ ଫଳରେ ଟିକଟକର ପ୍ରତିଷ୍ଠାତା ନିଜର ମୋଟ ସମ୍ପତ୍ତିରେ ବୃହତ୍ ବୃଦ୍ଧି ହାସଲ କରି ବିଶ୍ୱର ଅରବପତି ତାଲିକାରେ ସ୍ଥାନ ପାଇଛନ୍ତି। ବ୍ଲୁମବର୍ଗ ବିଲିୟନର୍ସର ତାଲିକା ଅନୁସାରେ ଝାଙ୍ଗ୍ ଇମିଙ୍ଗଙ୍କର ସମ୍ପତ୍ତି ପାଖାପାଖି ୬୦ ହଜାର କୋଟି ଡଲାର୍। ଏବଂ ବାଇଟ୍ ବାଇଟ୍ ଡାନ୍ସର ମୋଟ୍ ମାର୍କେଟ୍ କ୍ୟାପ୍ ୨୫୦ ହଜାର କୋଟି ଡଲାର୍ ବୋଲି ବ୍ଲୁମବର୍ଗ ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ ଯେ ଝାଙ୍ଗ୍ ଇମିଙ୍ଗ୍ ବାଇଟ୍ ଡାନ୍ସର ଏକ ଚତୁର୍ଥାଂଶ ସମ୍ପତ୍ତିର ଅଧିକାରୀ। ଛୋଟ ଭିଡିଓ, ଇ-ବାଣିଜ୍ୟ ତଥା ଅନଲାଇନ୍ ଗେମିଙ୍ଗ୍ ଆପ୍ ଜରିଆରେ ସମଗ୍ର ବିଶ୍ୱରେ ଲୋକପ୍ରିୟତା ସାଉଁଟି ଥିବା ଟିକଟକ୍ ଗତ ଏକ ବର୍ଷ ମଧ୍ୟରେ ପ୍ରଚୁର ବିବାଦରେ ରହିବା ସତ୍ତେ୍ୱ ବ୍ୟପାରିକ ସଫଳତା ହାସଲ କରିପାରିଛି। ପ୍ରଚୁର ବିଜ୍ଞାପନ ଜରିଆରେ ଫାଇଦା ପାଇଛି ଟିକଟକ୍। ବିଶେଷଜ୍ଞମାନେ କମ୍ପାନୀର ସଫଳତାରେ ଏହାର ପ୍ରତିଷ୍ଠାତା ଝାଙ୍ଗ୍ ଇମିଙ୍ଗଙ୍କର ଦୂରଦର୍ଶିତାକୁ ଦାୟୀ କରିଛନ୍ତି। ଝାଙ୍ଗ୍ ଇମିଙ୍ଗ୍ ଛୋଟ ଛୋଟ ଅସଫଳତାରେ ବିଚଳିତ ନ ହୋଇ ଭବିଷ୍ୟତର ବ୍ୟବସାୟ ଉପରେ ନଜର ରଖିଥାଆନ୍ତି। ତିନିବର୍ଷ ପୂର୍ବେ ୨୦ ହଜାର କୋଟିର ମୋଟ ସମ୍ପତ୍ତି ଥିବା ବାଇଟ୍ ଡାନ୍ସ ଆଜିର ଏହି ସଫଳତା ପଛରେ ଝାଙ୍ଗ୍ ଇମିଙ୍ଗଙ୍କର ନିଷ୍ଠାପର ଉଦ୍ୟମ ବୋଲି ଚୀନର ଅନ୍ୟତମ ସଫଳ ବ୍ୟବସାୟୀ ମା ରୂଇ କହିଛନ୍ତି।