ମ୍ୟାଚ୍ ଚାଲିଥିବା ବେଳେ ହେଲା ବିସ୍ଫୋରଣ : ୧୨ ଆହତ

ଇସଲାମାବାଦ,ଏଜେନ୍ସି: ପାକିସ୍ତାନରେ ଏକ ଫୁଟବଲ୍ ମ୍ୟାଚ୍ ଖେଳା ଯାଉଥିବା ସମୟରେ ବିସ୍ଫୋରଣ ଘଟିଛି। ବେଲୁଚିସ୍ତାନରେ ଖେଳାଯାଉଥିବା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଏହି ଅଘଟଣ ଘଟିଛି। ପୁଲିସକୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପାଇଁ ହବ୍ ସହରର ଆଲ୍ଲାହବାଦ୍ରେ ଥିବା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ମ୍ୟାଚ୍ ଖେଳାଳଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ୧୨ ଜଣ ଆହତ ହୋଇଥିବା ବେଳେ ତା ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବିସ୍ଫୋରଣରେ ସ୍ଥାନୀୟ ବିସ୍ଫୋରକ ବ୍ୟବହୃତ ହୋଇଥିବା ନେଇ ପୋଲିସ ଅଧିକାରୀ ମହମ୍ମଦ ଜାହିର୍ ପ୍ରକାଶ କରିଛନ୍ତି। ସମସ୍ତ ଆହତ ବ୍ୟକ୍ତିଙ୍କୁ କରାଚୀ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣର କାରଣ ଏବଂ ପ୍ରକୃତି ସମ୍ପର୍କରେ ଅନୁଧ୍ୟାନ କରାଯାଉଛି ବୋଲି ପୋଲିସ୍ ପ୍ରକାଶ କରାଯାଇଛି। କରାଚୀ ଏବଂ ବେଲୁଚିସ୍ତାନ ମଧ୍ୟରେ ଅବସ୍ଥାପିତ ହବ୍ ସହରରେ ନିୟମିତ ଭାବରେ ଆତଙ୍କବାଦୀ ଆକ୍ରମଣ ଘଟୁଛ