ହାଥରସ ପୀଡ଼ିତାଙ୍କ ପରିବାରକୁ ମିଳିଲା କଡ଼ା ସୁରକ୍ଷା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାର ହାଥରସ ପୀଡ଼ିତାଙ୍କ ପରିବାରର ସୁରକ୍ଷା ବଢ଼ାଇ ଦେଇଛି। ସରକାର ଧମକକୁ ଦୃଷ୍ଟିରେ ରଖି ପରିବାର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିବା ସହ ପୁରା ଗାଁରେ ସିସିଟିଭ ଲଗାଇ ଦେଇଛନ୍ତି। ଗାଁରେ ୧୫ ଜଣ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଏଥିରେ ୩ଜଣ ଏସଓ ଓ ୨ଜଣ ଡିଏସପି ଅଧିକାରୀ ସାମିଲ ହୋଇଛନ୍ତି। ପରିବାରକୁ ସମସ୍ତ ପ୍ରକାର ବିପଦରୁ ସୁରକ୍ଷା ଦେବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ପରିବାରକୁ ଭେଟିବାକୁ ହେଲେ ଘର ବାହାରେ ରହିଥିବା ରେଜିଷ୍ଟରରେ ନାଁ ଏଣ୍ଟ୍ରି କରିବାକୁ ପଡ଼ିବ।

ହାଥରସ ଜିଲ୍ଲାର ଏସପି ବିନୀତ ଜାୟସବାଲ କହିଛନ୍ତି ଯେ, ପୀଡ଼ିତ ପରିବାରର ଘର ପାଖରେ ୨ ଜଣ ମହିଳା ଏସଆଇ ଓ ୬ ଜଣ ମହିଳା କନେଷ୍ଟବଳଙ୍କୁ ମୁତୟନ କରାଯାଇଛି। ପୀଡ଼ିତାଙ୍କ ଭାଇ ପାଇଁ ୨ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।