ଗରିବଙ୍କ ଶବ ଉପରେ ରାଜନୀତି କରୁଥିବା ଲୋକଙ୍କର ଅସଲ ଚେହେରା ପଦାକୁ ଆସିଛି : ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ହାଥରସ ମାମଲାରେ ସରକାରକୁ ଟାର୍ଗେଟ କରୁଥିବା ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ଜବାବ ଦେଇଛନ୍ତି। ଯୋଗୀ କହିଛନ୍ତି ଯେ, ‘ଗରିବଙ୍କ ଶବ ଉପରେ ରାଜନୀତି କରୁଥିବା ଲୋକଙ୍କର ଅସଲ ଚେହେରା ପଦାକୁ ଆସିଛି। ସରକାର ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଗରିବଙ୍କୁ ନେଇ ରାଜନୀତି କରୁଥିବା ଲୋକେ କଦାପି ସେମାନଙ୍କ ହିତାକାଂକ୍ଷୀ ହୋଇପାରିବେ ନାହିଁ। ପ୍ରକୃତରେ, ସ୍ୱାଧୀନତା ପରେ ଏମାନେ କେବେ ବି ଗରିବଙ୍କ ମଙ୍ଗଳ କାମନା କରିନାହାନ୍ତି। ଏମାନଙ୍କ ପାଇଁ ଗରିବ କେବଳ ଭୋଟ ବ୍ୟାଙ୍କ ।’

ସୂଚନାଯୋଗ୍ୟ, ହାଥରସ ପୀଡ଼ିତାର ମୃତ୍ୟୁ ମାମଲାରେ କଂଗ୍ରେସ, ଆପ୍ ଓ ସମାଜବାଦୀ ପାର୍ଟି ଲଗାତାରଭାବେ ଉତ୍ତରପ୍ରଦେଶ ସରକାରକୁ ଟାର୍ଗେଟ କରୁଛନ୍ତି। ଏଭଳି ସ୍ଥିତିରେ ଯୋଗୀ ଆହୁରି କହିଛନ୍ତି ଯେ, ଆମ ପାଇଁ ରାଜନୀତିର ମାଧ୍ୟମ ସେବା ହୋଇଥିବାବେଳେ ବିରାଧୀଙ୍କ ପାଇଁ ଏହା ଦୋକାନଦାରୀ। ନିଜ ଦୋକାନ ଚଳାଇବା ପାଇଁ ସେମାନେ କୌଣସି ବି ସ୍ତରକୁ ଯାଇପାରିବେ।