ରେଳବାଇ ଚଲାଇବ ଆଉ ୭୯ ନୂଆ ଟ୍ରେନ

ନୂଆଦିଲ୍ଲୀ: କରୋନା କାଳରେ ଯାତ୍ରୀଙ୍କ ସୁବିଧା ପାଇଁ ରେଲବାଇ ପକ୍ଷରୁ ଲଗାତାର ଭାବେ ଟ୍ରେନ ସଂଖ୍ୟା ବଢ଼ାଯାଉଛି। ଏବେ ଭାରତୀୟ ରେଳବାଇ ପକ୍ଷରୁ ୩୯ ଯୋଡ଼ା ନୂଆ ଟ୍ରେନ ଚଳାଇବାକୁ ନେଇ ଘୋଷଣା କରାଯାଇଛି। ରେଳବାଇ ଦ୍ୱାରା ଘୋଷଣା କରାଯାଇଥିବା ଏ ସମସ୍ତ ଟ୍ରେନରେ ଏସି କୋଚ୍ ରହିଛି। ଏହି ସମସ୍ତ ଟ୍ରେନ ଚାଲିବାର ନିର୍ଦ୍ଦିଷ୍ଟ ସମୟ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ପ୍ରଥମେ ସାମାଜିକ ଦୂରତାକୁ ପାଳନ କରି ଗୋଟିଏ ସିଟ୍ ଛାଡ଼ି ଆଉ ଗୋଟିଏ ସିଟକୁ ଖାଲି ରଖାଯିବ। ଯାତ୍ରୀ ଗୋଟିଏ ସିଟରେ ଥରେ ବସିବା ପରେ ଆଉ ସିଟ୍ ବଦଳିବାର ଅନୁମତି ମିଳିବ ନାହିଁ। ଯାତ୍ରୀ ଓ ରେଳ କର୍ମଚାରୀ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ । ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍ ଇନଷ୍ଟୋଲ କରିବାକୁ ପଡ଼ିବ। ସମସ୍ତ ଯାତ୍ରୀଙ୍କୁ କୋଭିଡ-୧୯ ସୁରକ୍ଷା କିଟ୍ ପ୍ରଦାନ କରାଯିବ। ଆଉ ଏଥିରେ ଗୋଟିଏ ସାନିଟାଇଜର ବୋତଲ, ଗୋଟିଏ ମାସ୍କ, ଗୋଟିଏ ଫେସ ସୀଲ୍ଡ ଓ ଦୁଇ ଯୋଡ଼ା ଗ୍ଲୋବ୍ସ ମିଳିବ। କୋଚରେ ପ୍ରବେଶ କରିବା ପୂର୍ବରୁ ହାତକୁ ସାନିଟାଇଜ କରିବା ସହ ଥର୍ମାଲ ସ୍କ୍ରିନିଂ କରିବାକୁ ପଡ଼ିବ।