୨ଟି ଗଛରୁ ୩ ଝୁଲନ୍ତା ମୃତ ଦେହ ଉଦ୍ଧାର

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଛେଣ୍ଡିପଦା ଥାନା ବାଲିପଟା ପଞ୍ଚାୟତର ଡିମିରିକୁଦା ଗ୍ରାମର ୨ଟି ଗଛରୁ ଆଜି ୩ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଗୋଟିଏ ଗଛରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତ ଦେହ ଥିବାବେଳେ କିଛି ଦୂରରେ ଥିବା ଅନ୍ୟ ଏକ ଗଛରୁ ଆଉ ଏକ ଯୁବକର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। ଛେଣ୍ଡିପଦା ପୁଲିସ ଘଟଣାସ୍ଥଳକୁ ଯାଇ ଗଛରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ତେବେ ମୃତ ଯୁବକ ଓ ଯୁବତୀଙ୍କ ପରିଚୟ ମିଳିନଥିବାବେଳେ କାରଣ ଅସ୍ପଷ୍ଟ ରହିଛି।