ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆସିଛି। ଫିଲ୍ମରେ ସୁଯୋଗ ଦେବାର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଅସଦାଚରଣ କରିଥିବା ନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି। ସମ୍ପୃକ୍ତ ଯୁବତୀ ନିଜେ ଅଭିନେତା ପିଣ୍ଟୁ ନନ୍ଦଙ୍କ ସମେତ ୩ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି। ପୁଲିସ ଏଫଆଇଆର ଗ୍ରହଣ କରି ଆସନ୍ତା ୧୫ ଦିନ ମଧ୍ୟରେ ନୟାପଲ୍ଲୀ ଥାନାକୁ ଆସି ନିଜ ପକ୍ଷ ରଖିବା ପାଇଁ ପିଣ୍ଟୁଙ୍କ ସମେତ ୩ ଜଣଙ୍କୁ ନୋଟିସ ଜାରି କରିଛନ୍ତି।

ଅପରପକ୍ଷରେ ଯୁବତୀଙ୍କ ଅଭିଯୋଗକୁ ଅଭିନେତା ପିଣ୍ଟୁ ନନ୍ଦ ଖାରଜ କରିବା ସହିତ ଏହା ଭିତ୍ତିହୀନ ଓ ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।