ଦିନକରେ ସର୍ବାଧିକ ୫୨,୧୨୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୭୭୫ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଗୁରୁବାର ଦେଶରେ ପୁଣି ସର୍ବଧିକ ୫୨,୧୨୩ ଜଣ ନୂଆ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ୮୩ ହଜାର ୭୯୨ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୭୭୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ସହିତ ମୋଟ ମୃତ୍ୟୁ ସଂଖ୍ୟା ୩୪ ହଜାର ୯୬୮ରେ ପହଞ୍ଚିଛି।

ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୦ ଲକ୍ଷ ୨୦ ହଜାର ୫୮୨ ଜଣ ସୁସ୍ଥ ହୋଇଥିବାବେଳେ ୫ ଲକ୍ଷ ୨୮ ହଜାର ୨୪୨ ଜଣ ଚିକିତ୍ସାଧୀନ ଅଛନ୍ତି। ଏଥିସହିତ ଦେଶରେ କରୋନା ସୁସ୍ଥତା ହାର ୬୪.୪୩ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ପ୍ରତିଶତ ହାର ୨.୨୦ ପ୍ରତିଶତ ରହିଛି।