ଆଜି ତିନି ରଥକୁ ଆଜ୍ଞା ମାଳ ବିଜେ ନୀତି ଅପେକ୍ଷା

ପୁରୀ,ଏନ୍ଏନ୍ଏସ୍: ତିନି ରଥରେ ଆଜ୍ଞା ମାଳ ବିଜେ ବିଧି ସମ୍ପାଦନ ପରେ ରଥଖଳାରୁ ତିନି ରଥକୁ ସିଂହଦ୍ୱାର ଅଣାଯାଇଥାଏ। ତେବେ ପ୍ରଶାସନ ପକ୍ଷରୁ ରଥଟଣାକୁ ନେଇ କୌଣସି ସୂଚନା ମିଳିନଥିବା ବେଳେ ଆଜି ତିନି ରଥକୁ ଆଜ୍ଞାମାଳ ବିଜେ ନୀତିକୁ ଅପେକ୍ଷା ରହିଛି। ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ୫ ଜଣିଆ ସେବାୟତ ଏହି ଧାର୍ମିକ ସଙ୍କଟରୁ ବର୍ତ୍ତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବାବେଳେ ସ୍ୱତନ୍ତ୍ର ଅର୍ଡିନାନ୍ସ ପାସ କରି ରଥଯାତ୍ରା କରାଇବା ପାଇଁ ଅନୁରୋଧ କରିଛନ୍ତି।

କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡିତ ଥିବା ମହାପ୍ରଭୁଙ୍କ ଘୋଷଯାତ୍ରାକୁ କରୋନା ମହାମାରୀ ଯୋଗୁଁ ସୁପ୍ରିମକୋର୍ଟ ଅନୁମତି ଦେଇନଥିବା ବେଳେ ଆଜି ଏହାର ପୁର୍ନବିଚାର ହେବ। ଉଭୟ ଧାର୍ମିକ ଗୁରୁ ଶଙ୍କରାଚାର୍ଯ୍ୟ, ପରିଚାଳନା କମିଟି ସଭାପତି ଗଜପତି ମହାରାଜ ଓ ସେବାୟତମାନେ ଧର୍ମ ରକ୍ଷା ଓ ଶାସ୍ତ୍ରୀୟ ବିଧି ବିଧାନକୁ ନଜରରେ ରଖି ରଥଯାତ୍ରା କରାଇବା ନେଇ ଦାବି କରିଛନ୍ତି।