ଏଥର ଭକ୍ତଙ୍କ ଗହଣରେ ଗଣେଶ ପୂଜା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜଧାନୀରେ ଏଥର ଭକ୍ତଙ୍କ ଗହଣରେ ଗଣେଷ ପୂଜା ଅନୁଷ୍ଠିତ ହେବ । କିନ୍ତୁ ଗହଳିକୁ ଯିବାବେଳେ କରୋନା କଟକଣା ମାନିବାକୁ ପଡ଼ିବ । ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି । ଚଳିତ ବର୍ଷ ମୋଟ ୫୦ଟି ମଣ୍ଡପରେ ଗଣେଶଙ୍କୁ ପୂଜା କରାଯିବ । ଏନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ପ୍ରଦାନ କରିଛନ୍ତି ।