୫ କୋଟି ୧୦ଲକ୍ଷ ଟଙ୍କାର ମାନହାନି ମକଦ୍ଦମା କଲେ ପ୍ରକୃତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଅଭିନେତ୍ରୀ ପ୍ରକୃତି ମିଶ୍ର ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ୫କୋଟି ୧୦ଲକ୍ଷ ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି । ଭୁବନେଶ୍ୱର କୋର୍ଟରେ ପ୍ରକୃତି ତାଙ୍କ ଓକିଲ ବ୍ୟୋମୋକେଶ ତ୍ରିପାଠୀଙ୍କ ସହ ପହଞ୍ଚି ମାମଲା ଦାୟର କରିଛନ୍ତି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଗତକାଲି ପ୍ରକୃତି ମିଶ୍ର ରାଜରାସ୍ତାରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦର୍ଶାଇ ହାଇକୋର୍ଟର ଦ୍ୱାସ୍ଥ ହୋଇଥିଲେ ।