ଜିଲ୍ଲା ଠିକାଦାର ସଙ୍ଘର ବୈଠକ

ଦେବଗଡ଼,ଏନ୍ଏନ୍ଏସ୍: ରବିବାର ସ୍ଥାନୀୟ ଗୋହିରା ଡ୍ୟାମ୍ ଡାକ ବଙ୍ଗଳା ଠାରେ ଦେବଗଡ଼ ଜିଲ୍ଲା ଠିକାଦାର ସଂଘ ର ୧୭ତମ ବୈଠକ ଓ ରିଆମାଳ ଶାଖାର ପ୍ରଥମ ଅଧିବେଶନ ସଂଘ ସଭାପତି ଶ୍ରୀ ଅରୁଣ ନନ୍ଦଙ୍କ ସଭାପ୍ରତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ର ତିନୋଟି ଯାକ ବ୍ଲକ୍ ର ଉପସଭାପତି ନିରଞ୍ଜନ ମହାପାତ୍ର, ନିହାର ରଞ୍ଜନ ପଟେଲ, ପ୍ରକାଶ କୁମାର ଆଚାର୍ଯ୍ୟ ଓ କାର୍ଯ୍ୟକାରୀ ସଦସ୍ୟ ପ୍ରକାଶ ଚନ୍ଦ୍ର ପ୍ରଧାନ, ମୃତ୍ୟୁଞ୍ଜୟ ପ୍ରଧାନ ସମେତ ବରିଷ୍ଠ ଠିକାଦାର ଇଂ ସୁଜିତ କୁମାର ପ୍ରଧାନ, ଇଂ ଚିତ୍ତରଞ୍ଜନ ପ୍ରଧାନ, କିଶୋର ଚନ୍ଦ୍ର ଦାସ, ଧୀରେନ ପ୍ରଧାନ, ହରିହର ପାଣି, ଗଣନାଥ ମହାପାତ୍ର, ଅନୀଲ ରଣା, ହିମାଂଶୁ ଶେଖର ବଡ଼ପଣ୍ଡା, ଦିଲ୍ଲୀପ ପାଢ଼ୀ ଓ ବହୁ ଯୁବ ଠିକାଦାର ଯୋଗ ଦେଇଥିଲେ। ଏହି ବୈଠକରେ ବିଗତ ବର୍ଷ ରୁ ଚାଲିଥିବା ସିଡ୍ୟୁଲ ରେଟ ଟେଣ୍ଡର ଓ ଉଚ୍ଚମାନର କାମ ସୁନିଶ୍ଚିତ କରିବାକୁ ସଙ୍ଘ ପକ୍ଷରୁ ଚେଷ୍ଟା କରାଯିବ ଏବଂ ସଂଘକୁ ଅମାନ୍ୟ କରି ଲେସ ପକାଇ ନିମ୍ନମାନର କାମ କରିବାକୁ ଚେଷ୍ଟା କରୁଥିବା ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ରିଆମାଳ ବ୍ଲକର ଶ୍ରୀ ଧୀରେନ କୁମାର ବେହେରା ଆଜିର ଏହି ଅଧିବେଶନର ସମସ୍ତ ଦାୟିତ୍ୱ ସୂଚାରୁ ରୁପେ ନିର୍ବାହ କରିଥିଲେ। ସଂଘ ସାଧାରଣ ସମ୍ପାଦକ ଅନୁପମ ମୋଦୀ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।