ଜଙ୍ଗଲ ନିଆଁକୁ ନେଇ ଗୃହ ମୁଲତବି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ମୁଲତବୀ ନୋଟିସ ଆଣିଛି ବିଜେପି। ମୁଲତବୀ ନୋଟିସକୁ ଗ୍ରହଣ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏ ସମ୍ପର୍କରେ ଗୃହରେ ଉତ୍ତର ରଖିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ। ଜଙ୍ଗଲ ନିଆଁ ସହିତ ମଣ୍ଡି ଅବ୍ୟବସ୍ଥା ଏବଂ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ମଧ୍ୟ ଗୃହ ସରଗରମ ରହିପାରେ। ବିଧାନସଭା ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁବାସ ପାଣିଗ୍ରାହୀ କ୍ଷମା ପ୍ରାର୍ଥନା ଦାବିରେ ଶାସକ ବିଜେଡି ବିଧାୟକ ଅଡ଼ି ବସିଛନ୍ତି। ଏନେଇ ମଧ୍ୟ ଗୃହ ସରଗରମ ରହିପାରେ।