କଟକ,ଏନ୍ଏନ୍ଏସ୍: ମାହାଙ୍ଗାରେ ଗୋଟିଏ ପରିବାରରେ ୫ ଜଣଙ୍କୁ ବିଭତ୍ସ ହତ୍ୟା ମାମଲା। ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ। ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ କୋର୍ଟଚାଲାଣ କରିଛି ପୁଲିସ। ଶିବ ସାହୁଙ୍କୁ ସାଲେପୁର କୋର୍ଟରେ ହାଜର କଲା ପୁଲିସ।
ତେବେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପୁଲିସ ତଦନ୍ତ କରିବ। ଘଟଣାରେ ସବୁଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯିବ। ଏହା ଛଡା ହତ୍ୟାକାଣ୍ଡ ପୂର୍ବରୁ ନିଶାଦ୍ରବ୍ୟର ବ୍ୟବହାର କରାଯାଇଥିଲା କି ନାହିଁ ସେନେଇ ତଦନ୍ତ କରାଯିବ।
ଏହାସହିତ ଆବଶ୍ୟକ ପଡିଲେ ଅଭିଯୁକ୍ତକୁ ନେଇ ସିନ ରିକ୍ରିଏସନ କରାଯିବ। ତେବେ ଏହି ହତ୍ୟା ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ତଦନ୍ତ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।