ଓମିକ୍ରନ୍ ନୁହେଁ ଶେଷ ଭାରିଆଣ୍ଟ,ପୁଣି ସାମ୍ନାକୁ ଆସିଛି ନୂଆ ବିଏ-୨:ହୁ’

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ଼୍ ୧୯କୁ ନେଇ ପୁଣି ଚେତାବନି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ହୁ’ ପକ୍ଷରୁ ଏହା କୁହାଯାଇଛି ଯେ ଓମିକ୍ରନ୍ ଶେଷ ଭାରିଆଣ୍ଟ ନୁହେଁ। ଓମିକ୍ରନକୁ ଶେଷ ଭାରିଆଣ୍ଟ ଭାବିବା ବିପଦଜନକ ଅଟେ।

 ଅନ୍ୟ ପଟେ ବର୍ତ୍ତମାନ ସାରା ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ବଢିଥିବା ବେଳେ ଆଉ ଏକ ନୂତନ ଭାରିଆଣ୍ଟ ବିଏ-୨ର ମାମଲା ସାମ୍ନାକୁ ଆସିଛି।

ମଧ୍ୟପ୍ରଦେଶର ଇନ୍ଦୋରରେ ଓମିକ୍ରନର ବିଏ-୨ ଭାରିଆଣ୍ଟ ଦେଖିବାକୁ ମିଳିଛି ଯାହାକୁ ନେଇ ଲୋକମାନେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। କେବଳ ଏତିକି ନୁହେଁ ଏହା ଦ୍ଵାରା ଭୋପାଳରେ ୧୬ ଜଣ ସଂକ୍ରମିତ ହୋଇଛନ୍ତି।