ବିଶ୍ବବ୍ୟାପୀ କରୋନା: ଦିନକରେ ୧୯ ଲକ୍ଷ ନୂଆ ପଜିଟିଭ୍‌, ୫୭୩୧ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ବବ୍ୟାପୀ କରୋନା ଭାରଇସ୍‌ ବ୍ୟାପିଛି।ବିଗତ ୨୪ ଘଣ୍ଟା ମଧ୍ୟରେ ୧୯ ଲକ୍ଷ ୧ ହଜାର ୨୩୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୭ ଲକ୍ଷ ୬୩ ହଜାର ୭୫୧ ଜଣ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୫୭୩୧ ଜଣଙ୍କର ମୃତ୍ୟୁ ହୋଇଛି।

ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ  ୩୫ କୋଟି ୪୫ ଲକ୍ଷ ୧ ହଜାର ୩୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୮ କୋଟି ୧୫ ଲକ୍ଷ ୯୨ ହଜାର ୬୫ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୬ ଲକ୍ଷ ୨୧ ହଜାର ୭୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ କୋଟି ୭୨ ଲକ୍ଷ ୮୭ ହଜାର ୫୨୧ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୫ ହଜାର ୭୯୮ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।