ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ନାମରେ ଖେଳିବ ଲକ୍ଷ୍ନୌ

ଲକ୍ଷ୍ନୌ,ଏଜେନ୍ସି: ଆଇପିଏଲ୍‌ର ଆଗାମୀ ପଞ୍ଚଦଶ ସଂସ୍କରଣରେ ଦୁଇଟି ନୂଆ ଟିମ୍ ଭାଗ ନେବାକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌ର ନାମ ନିଶ୍ଚିତ ହୋଇଛି। ଏହି ଟିମ୍ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ନାମରେ ଭାଗ ନେବ ବୋଲି ସଞ୍ଜୀବ ଗୋଏଙ୍କାଙ୍କ ମାଲିକାନାରେ ଥିବା କମ୍ପାନୀ ଆରପିଏସ୍‌ଜି ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଛି।

ଟିମ୍‌ର ନାମକରଣ ନେଇ ଗ୍ରୁପ୍ ପକ୍ଷରୁ ଏହାର ପ୍ରଶଂସକଙ୍କ ମତାମତ ଏକ ଭିଡିଓ ମେସେଜ୍ ମାଧ୍ୟମରେ ଗତ ଜାନୁଆରୀ ୩ ତାରିଖରେ ଲୋଡ଼ାଯାଇଥିଲା। ଏଥିସକାଶେ ଏକ ସୋସିଆଲ୍ ମିଡିଆ କ୍ୟାମ୍ପେନ୍‌ର ଶୁଭାରମ୍ଭ କରାଯାଇଥିଲା। “ନାମ୍ ବନାଓ ନାମ୍ କମାଓ’ ନାମକ ପ୍ରତିଯୋଗିତାରେ ଭାଗ ନେଇଥିବା ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଶ୍ରୀ ଗୋଏଙ୍କା ଭିଡିଓ ମେସେଜ୍‌ରେ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ଫ୍ରାଞ୍ଚାଇଜ୍‌ର ଉଦ୍‌ଘାଟନୀ ସଂସ୍କରଣରେ ଲୋକେଶ ରାହୁଲ୍ ନେତୃତ୍ୱ ଦାୟିତ୍ୱ ତୁଲାଇବେ।