ଆମ୍ବୁଲାନ୍ସକୁ ଧକା ଦେଲା କଣ୍ଟେନର୍‌, ଦୁଇ ମୃତ ୪ ଆହାତ

ବାଲେଶ୍ୱର,ଏନ୍ଏନ୍ଏସ୍: ଏକ ମର୍ମନ୍ତୁତ ଦୁର୍ଘଟଣାରେ ଶନିବାର ବାଲେଶ୍ୱର ଜିଲ୍ଲାର ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଦଣ୍ଡାକାଲି ମନ୍ଦିର ନିକଟରେ ଏନଏଚ୍ ୧୬ ରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ପଶ୍ଚିମବଙ୍ଗରୁ କଟକକୁ ନେଇ ଯାଉଥିଲା। ଆମ୍ବୁଲାନ୍ସର ଡ୍ରାଇଭର ଖାଦ୍ୟ ପାଇବା ପାଇଁ ଏକ ହୋଟେଲ ସମ୍ମୁଖରେ ଅଟକି ରହିଥିଲେ , ଏହି ସମୟରେ ଏକ କଣ୍ଟେନର ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ଏଥିରେ ଡ୍ରାଇଭର ସମେତ ଦୁଇଜଣ ବ୍ୟକ୍ତି ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଥିଲେ।

ସୂଚନା ପାଇ ଖଣ୍ଡପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ଯାତାୟାତ ପରିଚାଳନା କରିଥିଲା। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅବଶିଷ୍ଟ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ।