ଶାଳିଆ କପ୍ ଉଦ୍‌ଘାଟିତ: ପ୍ରଥମ ଦିନରେ ନୂଆଗଡ଼, ବରଡ଼ି ବିଜୟୀ

ବାଣପୁର,ଏନ୍‌ଏନ୍‌ଏସ୍‌: ବାଣପୁର ବ୍ଲକ୍ ତୁମରାପୁଟ ପଞ୍ଚାୟତ ଅନ୍ତର୍ଗତ ପ୍ରତାପ ଖେଳପଡ଼ିଆରେ ପ୍ରତାପ ସ୍ପୋର୍ଟ୍ସ କ୍ଲବ୍ ପକ୍ଷରୁ ଶାଳିଆ କପ୍ ସେକେଣ୍ଡ୍ ସିଜନ୍ ଆରମ୍ଭ ହୋଇଛି। ଉକ୍ତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌ରେ ୧୬ ଟି ଟିମ୍ ଭାବ ନେଇଛନ୍ତି। ପ୍ରଥମ ଦିନ ବଡ଼ପଦ ସହ ନୂଆଗଡ଼, ଚାଷଙ୍ଗରା ସହ ବରଡ଼ି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ବଡ଼ପଦରକୁ ହରାଇ ନୂଆଗଡ଼, ଚାଷଙ୍ଗରାକୁ ହରାଇ ବରଡ଼ି ବିଜୟୀ ହୋଇଛନ୍ତି।

ଉଦ୍‌ଘାଟନୀ ମ୍ୟାଚ୍‌ରେ ବଡ଼ପଦର ଟଚ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ୱିକେଟ୍ ହରାଇ ୬୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ସୁଶାନ୍ତ ସର୍ବାଧିକ ୧୪ ରନ୍ କରିଥିଲେ। ରନ୍ ପିଛା କରି ନୂଆଗଡ଼ ୯ ଓଭର ୫ ବଲ୍ ବିନିମୟରେ ୪ ୱିକେଟ୍ ହରାଇ ୬୮ ରନ୍ କରି ବିଜୟ ହୋଇଥିଲା। ମନୋରଞ୍ଜନ ସର୍ବାଧିକ ୪୩ ରନ୍ କରି ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହେଉଥିଲେ। ଜୟନ୍ତ ସ୍ୱାଇଁ, ଜିତେନ୍ଦ୍ର ସେଠୀ ଉକ୍ତ ମ୍ୟାଚ୍‌କୁ ପରିଚାଳନା କରିଥିଲେ।

ଦ୍ୱିତୀୟ ମ୍ୟାଚ୍‌ରେ ଚାଷଙ୍ଗରା ଟଚ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୨ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୩ ରନ୍ କରିଥିଲା। ଦଳ ପକ୍ଷରୁ ପିଣ୍ଟୁ ସର୍ବାଧିକ ୧୬ ରନ୍ କରିଥିଲେ। ରନ୍‌କୁ ପିଛା କରି ବରଡ଼ି ୧୦ ଓଭରରେ ୫ ୱିକେଟ୍ ହରାଇ ୧୦୪ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଅନିଲ୍ ସର୍ବାଧିକ ୪୦ ରନ୍ କରି ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ମ୍ୟାଚ୍‌କୁ ଜୟନ୍ତ ସ୍ୱାଇଁ, ଅନୀଲ ବାରିକ ପରିଚାଳନା କରିଥିଲେ। ଆଜି ମୁଖ୍ୟ ଅତିଥିଭାବେ ବାବୁଲି ବାରିକ, ଅନ୍ୟତମ ଅତିଥି ଭାବେ ନୃସିଂହ ସ୍ୱାଇଁ, ଟୁଟୁ ଭାଇ, ଜଗନ୍ନାଥ ବେହେରା, ରମେଶ ପ୍ରଧାନ, ବାଦଲ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଟୁର୍ଣ୍ଣାମେଣ୍ଟ୍‌କୁ କ୍ଲବ୍‌ର ସଭାପତି ମିହିର୍ ସ୍ୱାଇଁ, ଗୌରାଙ୍ଗ ସ୍ୱାଇଁ, ସାନୁ ବାରିକ ଏବଂ ସମସ୍ତ ସଦସ୍ୟ ପରିଚାଳନ କରିବାରେ ସହଯୋଗ କରୁଛନ୍ତି।