୪୫ ସମ୍ପାଦକ, ୪୧ ଯୁଗ୍ମସମ୍ପାଦକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବିଜେଡି ସଂଗଠନର ପୁନର୍ବିନ୍ୟାସ ଜାରି ରହିଛି। ଏହି କ୍ରମରେ ଆଜି ୪୫ଜଣ ସମ୍ପାଦକ ଓ ୪୧ଜଣ ଯୁଗ୍ମ ସମ୍ପାଦକଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଦସ୍ତଖତରେ ଏହି ତାଲିକା ପ୍ରକାଶ ପାଇଛି। ପଦବୀ ସହ ସମସ୍ତ ନେତାଙ୍କୁ ଭିନ୍ନ ବିଭାଗର ଦାୟିତ୍ୱ ଦିଆଯାଇଛି। ତେବେ ୪୫ ସମ୍ପାଦକ ଓ ୪୧ ଯୁଗ୍ମ ସମ୍ପାଦକ ତାଲିକାରେ ଯୁବବର୍ଗଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
ସମ୍ପାଦକ ଭାବେ କିଶୋର ଚନ୍ଦ୍ର ତରାଇ, ସଂଘମିତ୍ରା ଦଳେଇଙ୍କୁ ଅନୁସୂଚିତ ଜାତି ସଶକ୍ତୀକରଣ ବିଭାଗ ଦାୟିତ୍ୱ ଦିଆଯାଇଥିବାବେଳେ ଅନୁଭବ ପଟ୍ଟନାୟକ, କେ. ଶାନ୍ତି, ବିଷ୍ଣୁପ୍ରିୟା ଦାସଙ୍କୁ ମହିଳା ସଶକ୍ତିକରଣ, ଅମରେଶ ପତ୍ରୀ, ରଞ୍ଜିତ୍ ମହାପାତ୍ରଙ୍କୁ ଯୁବ ବ୍ୟାପାର, ଅମରଜିତ୍ ସେନାପତି, ମନ୍ଦାକିନୀ କର, ବିଶ୍ୱଜିତ୍ ସାମନ୍ତରାୟଙ୍କୁ ଛାତ୍ର ବ୍ୟାପାର, ଚିନ୍ମୟ ସାହୁ, ଅମରେଶ ଜେନା, ସୌଭାଗ୍ୟ ନାୟକ, ସୁବ୍ରମଣ୍ୟମ୍ ମହାନ୍ତି, ସୁବାସ ମହାରଣା ଏବଂ ଶୈଳେଶ ଡାନିଙ୍କୁ ସଶକ୍ତ ଓଡ଼ିଶା, ରବିନାରାୟଣ ନନ୍ଦ, ସଂଗ୍ରାମ କେଶରୀ ପାଇକରାୟ, ଶଶି ସାହୁ, ପ୍ରୟାସକାନ୍ତି ସାମଲ, ମାରୁତ ପଲୋଙ୍କୁ କଳା, ସଂସ୍କୃତି ଏବଂ ମାନବସମ୍ବଳ ବିଭାଗ, ଏସକେ ନିଜାମୁଦ୍ଦିନ୍, ମହମ୍ମଦ ଡବ୍ଲ୍ୟୁ ସକିଲଙ୍କୁ ସଂଖ୍ୟାଲଘୁ ବ୍ୟାପାର, ଭୁବନେଶ୍ୱର କିଷାନ୍, ଭାରତୀ ସିଂହ, କୃଷ୍ଣଚନ୍ଦ୍ର ଦାସଙ୍କୁ ଆଦିବାସୀ ସଶକ୍ତିକରଣ/ସଂଖ୍ୟାଲଘୁ ବ୍ୟାପାର, ସୁବାସ ପାତ୍ର, ଦୁର୍ଗା ସାମନ୍ତରାୟ, ଅଜୟ ନାୟକ, ଶିଶିର ପରିଜା ଏବଂ ମୀରା ପରିଡ଼ାଙ୍କୁ ଓଡ଼ିଶା ମୋ ପରିବାର, ପୁଷ୍ପେନ୍ଦ୍ର ସିଂହଦେଓ, ସରୋଜ କର୍ଣ୍ଣ, ଟି. ପ୍ରସାଦରାଓ ଦୋରା, ଜଗଦ୍ଦୀଶ ପାତ୍ରଙ୍କୁ ସାମାଜିକ କଲ୍ୟାଣ, ସ୍ୱାଧୀନ ନାୟକ, କୁନା ବିହାରୀ ଦାସ, ସନ୍ତୋଷ ପଟ୍ଟନାୟକ, ହର୍ଷବର୍ଦ୍ଧନ ସିଂହଦେଓ ଏବଂ ରଞ୍ଜିତ୍ ସାହୁଙ୍କୁ ଆଞ୍ଚଳିକ ଉନ୍ନୟନ, ଉତ୍ତର ପାତ୍ର, ତପନ ଦାସ, କୃଷ୍ଣ ପଣ୍ଡା, ତ୍ରିନାଥ ଗୋଏଲ୍ ଏବଂ ଚନ୍ଦ୍ରକାନ୍ତ ସାମଲଙ୍କୁ ପରିବେଶ ବିଭାଗର ଦାୟିତ୍ୱ ଦିଆଯାଇଛି।
ସେହିପରି ଯୁଗ୍ମ ସମ୍ପାଦକ ଭାବେ ସଞ୍ଜୟ ସାହୁଙ୍କୁ ସଶକ୍ତ ଓଡ଼ିଶା, ସଞ୍ଜିତ୍ ମହାନ୍ତିଙ୍କୁ ପରିବେଶ, ଏମ୍. ଧନଞ୍ଜୟ ରେଡ୍ଡୀଙ୍କୁ ଯୁବ ବ୍ୟାପାର, ସନ୍ତୋଷ ବେଜ୍ଙ୍କୁ କଳା/ସଂସ୍କୃତି/ମାନବ ସମ୍ବଳ, ସମୀର ପ୍ରଧାନଙ୍କୁ ଓଡ଼ିଶା ମୋ ପରିବାର, ଦେବାଶିଷ ସିଟଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ, ଜ୍ୟୋତିରଞ୍ଜନ ଜେନାଙ୍କୁ ଯୁବ ବ୍ୟାପାର, ପୃଥ୍ୱୀରାଜ ସାହୁଙ୍କୁ ଆଦିବାସୀ ସଶକ୍ତୀକରଣ/ ସଂଖ୍ୟାଲଘୁ ବ୍ୟାପାର, ପ୍ରକାଶ କୁମାର ଡାଙ୍ଗଙ୍କୁ ଛାତ୍ର ବ୍ୟାପାର, ଡେଜାଲିନ୍ ମହାପାତ୍ର, ସ୍ୱରାଜଲକ୍ଷ୍ମୀ ସାମଲ, ସଂଘମିତ୍ରା ଜେନା, ସବିତା ମହାପାତ୍ର, ସବିତା ପ୍ରଧାନଙ୍କୁ ମହିଳା ସଶକ୍ତିକରଣ, ରେଜୱାନ ବେଗମ୍, ଜାକିର୍ ଖାଁଙ୍କୁ ସଂଖ୍ୟାଲଘୁ ବ୍ୟାପାର, ପ୍ରଦୀପ ବିଶୋୟୀଙ୍କୁ ସାମାଜିକ କଲ୍ୟାଣ, ଚକ୍ରଧର ହେମ୍ବ୍ରମଙ୍କୁ ଆଦିବାସୀ ସଶକ୍ତିକରଣ/ ସଂଖ୍ୟାଲଘୁ ବ୍ୟାପାର, ଧର୍ମେନ୍ଦ୍ର ଅଧିକାରୀଙ୍କୁ ପରିବେଶ, ଦିଲ୍ଲୀପ ଧୁରିଆଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ, ଅବନୀ ରଞ୍ଜନ ଯୋଶୀଙ୍କୁ ଆଞ୍ଚଳିକ ଉନ୍ନୟନ, ରାକେଶ ରାମଙ୍କୁ ଛାତ୍ର ବ୍ୟାପାର, କୈଳାସ ରଣାଙ୍କୁ ସଶକ୍ତ ଓଡ଼ିଶା, ପ୍ରଶାନ୍ତ ନାୟକଙ୍କୁ ଆଞ୍ଚଳିକ ଉନ୍ନୟନ, ଅଶୋକ ସାହୁଙ୍କୁ ସାମାଜିକ କଲ୍ୟାଣ, ଜଗନ୍ନାଥ ଦାସଙ୍କୁ କଳା/ସଂସ୍କୃତି/ ମାନବ ସମ୍ବଳ, ହରିଶଙ୍କର ରାଉତଙ୍କୁ ଛାତ୍ର ବ୍ୟାପାର, ତୁମ୍ବନାଥ ପଣ୍ଡାଙ୍କୁ ଆଞ୍ଚଳିକ ଉନ୍ନୟନ, ହିମାଂଶୁ ଦାସଙ୍କୁ ପରିବେଶ, ସତ୍ୟରଞ୍ଜନ ଦାସଙ୍କୁ ସାମାଜିକ କଲ୍ୟାଣ, ରାଜକମଲ ଜେନାଙ୍କୁ ସଶକ୍ତ ଓଡ଼ିଶା, ଜ୍ଞାନଗିରି ଗୋସ୍ୱାମୀଙ୍କୁ ପରିବେଶ, ପୁଲକ ମହାନ୍ତିଙ୍କୁ ଆଞ୍ଚଳିକ ଉନ୍ନୟନ, ରାକେଶ ପଣ୍ଡାଙ୍କୁ କଳା/ସଂସ୍କୃତି/ମାନବ ସମ୍ବଳ, ଗତିକୃଷ୍ଣ ନନ୍ଦଙ୍କୁ ସାମାଜିକ କଲ୍ୟାଣ, ତନ୍ମୟ ସ୍ୱାଇଁଙ୍କୁ ଛାତ୍ର ବ୍ୟାପାର, କିଶୋର ନାୟକଙ୍କୁ ସାମାଜିକ କଲ୍ୟାଣ, ରଞ୍ଜିତ୍ ରାୟଙ୍କୁ ଓଡ଼ିଶା ମୋ ପରିବାର, ରାଜେଶ ପଣ୍ଡାଙ୍କୁ ପରିବେଶ, ରୁଦ୍ର ସାମନ୍ତରାୟ ଏବଂ ଦୀପ୍ତିକାନ୍ତ ପରିଜାଙ୍କୁ ଓଡ଼ିଶା ମୋ ପରିବାର ଦାୟିତ୍ୱ ଦିଆଯାଇଛି।