ଝାରସୁଗୁଡ଼ାର ପୁର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପରଲୋକ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ ରବିବାର ଭୋର ୪ଟାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପଟାଲରେ ଚିକିତ୍ସିତ ହେଉଥିବା ତାଙ୍କର ମୃତ୍ୟୁ ହୋଇଛି। ଏହା ଫଳରେ ଝାରସୁଗୁଡ଼ା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଝାରସୁଗୁଡ଼ା ବିଧାନସଭା ଆସନରୁ ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ଓ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ୩ ଥର ବିଧାୟକ ରହିଥିଲେ। ତାଙ୍କ ମୃତ୍ୟୁରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଶୋକ ପ୍ରକାଶ କରିଛନ୍ତି। ଗତ ୧୫ ମାସ ମଧ୍ୟରେ ଝାରସୁଗୁଡ଼ାର ନେନ୍ତୃତ୍ଵ ନେଉଥିବା ୪ ଜଣ ନେତାଙ୍କ ବିୟୋଗ ହେଲାଣି। ପ୍ରଥମେ କିଶୋର ମହାନ୍ତି, ପରେ ହେମାନନ୍ଦ ବିଶ୍ବାଳ, ନବଦାସ ଓ ଆଜି ବିରେନ୍ଦ୍ର ପାଣ୍ଡେଙ୍କ ମୃତ୍ୟୁ ହୋଇଛି।