ନାଗାଲାଣ୍ଡ-ତ୍ରିପୁରାରେ ଆଗରେ ବିଜେପି, ମେଘାଳୟରେ ଲିଡ କରୁଛି ଟିଏମ୍‌ସି

ଏଜେନ୍ସି: ଆଜି ପ୍ରକାଶ ପାଇଁ ଉତ୍ତର ପୂର୍ବ ତିନି ରାଜ୍ୟର ବିଧାନସଭା ଫଳାଫଳ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ନାଗାଲାଣ୍ଡରେ ବିଜେପି ୪୯ଟି ଆସନରେ ଲିଡ କରୁଥିବା ବେଳେ ଓ ତ୍ରିପୁରାରେ ୩୦ଟି ଆସନରେ ଲିଡ କରୁଛି ବିଜେପି । ସେହିପରି ମେଘାଳୟରେ ୧୪ଟି ଆସନରେ ଲିଡ କରୁଛି ଟିଏମସି।

ତ୍ରିପୁରାରେ ଜାରି ରହିଛି ଭୋଟ ଗଣତି । ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ୧୩ଟି ସିଟରେ ବିଜେପି ଆଗରେ ରହିଥିବା ବେଳେ ସିପିଆଇଏମ ୯ଟି ସିଟରେ ଆଗରେ ରହିଛି । ଟିଏମସି ଏଠାରେ ଏପର୍ଯ୍ୟନ୍ତ ଖାତା ଖୋଲି ପାରିନି। ସେହିପରି ନାଗାଲାଣ୍ଡରେ ବର୍ତ୍ତମାନ ସୁଦ୍ଧା ବିଜେପି ୨୪ଟି ସିଟରେ ଆଗରେ ରହିଥିବା ବେଳେ ଏନପିଇ ୩ଟି ଓ କଂଗ୍ରେସ ୧ଟି ସିଟରେ ଆଗୁଆ ରହିଛି । ମେଘାଳୟରେ ଜାରି ରହିଛି ଭୋଟ ଗଣତି । ୧୧ଟି ସିଟରେ ଟିଏମସି ଆଗରେ ରହିଥିବା ବେଳେ ଏନପିପି ୯, କଂଗ୍ରେସ ୬ ଓ ବିଜେପି୪ଟି ସିଟରେ ଆଗରେ ରହିଛି ।