ପ୍ରଫେସର ଜଗନ୍ନାଥ ଲେଙ୍କା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡ. ଜଗନ୍ନାଥ ଲେଙ୍କାଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ୍ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଓ ପ୍ରଫେସର ଭାବେ ସେ ନିକଟରେ ଅବସରଗ୍ରହଣ କରିଥିଲେ। ଅର୍ଥନୀତିରେ ଗୋଲ୍ଡ ମେଡାଲିଷ୍ଟ ପ୍ରଫେସର ଲେଙ୍କା ଜଣେ ଉଚ୍ଚକୋଟୀର ଶିକ୍ଷକ ଭାବେ ଜଣାଶୁଣା। ୩୦ ବର୍ଷର ଅଧ୍ୟାପନା ସହିତ ତାଙ୍କର ୨୦ ବର୍ଷର ଗବେଷଣା ଅଭିଜ୍ଞତା ରହିଛି। ତାଙ୍କ ଅଧୀନରେ ୭ଜଣ ପିଏଚଡି ଡିଗ୍ରୀ ହାସଲ କରିଥିବାବେଳେ ୧୯ଜଣ ଏମଫିଲ ଡିଗ୍ରୀ ହାସଲ କରିଛନ୍ତି। ପ୍ରଫେସର ଲେଙ୍କା ଅର୍ଥନୀତି ସଂକ୍ରାନ୍ତରେ ୮ଟି ପୁସ୍ତକ ଲେଖିଛନ୍ତି। ଏଥିସହ ଜାତୀୟ ଓ ଅନ୍ତର୍ଜାତୀୟ ବିଭିନ୍ନ ଜର୍ଣ୍ଣାଲରେ ତାଙ୍କର ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି।