ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଫେରାଦ ହେଲା ଆପ୍

ବରଗଡ଼,ଏନ୍ଏନ୍ଏସ୍: ପଦ୍ମପୁର ଏନଏସିରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ନେଇ ଆମଆଦମୀ ପାର୍ଟୀ ଜିଲ୍ଲାପାଲଙ୍କ ଦ୍ୱାରସ୍ଥ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛି । ସୂଚନା ଯୋଗ୍ୟ, ଦୀର୍ଘ ଦିନହେବ ପଦ୍ମପୁର ସହରରେ ପିଇବା ପାଣି ଯୋଗାଣ ଠିକ ଭାବରେ ହେଉ ନ ଥିବାବେଳେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ପଦ୍ମପୁର ସହରରେ ଦୁଇଥର ପାନୀୟଜଳ ଯୋଗାଣ କରିବାକୁ ଦାବି କରାଯାଇଛି । ସେହିପରି ସହର ଡ୍ରେନେଜ ବ୍ୟବସ୍ଥା ସହ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତ ଦାବି କରିଛି ଆମ ଆଦମୀ ପାର୍ଟୀ। ବରଗଡ଼ ଜିଲ୍ଲାପାଲଙ୍କ ଉଦ୍ଦେଶ୍ୟରେ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବେଳେ ଆମ ଆଦମୀ ପାର୍ଟୀର ଆବାହକ ଭବାନୀ ପ୍ରସାଦ ସାହୁ, ମେରିୟମ ବାର୍ଲା, କେଶବ ଷଡଙ୍ଗୀ , ଅମିତାବ ପାତ୍ର, ଅସିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।